କନକ ବ୍ୟୁରୋ: ଓୟୁଏଟିରେ ଚାଲିଛି କିଙ୍ଗ କୋବ୍ରାର ଚିକିତ୍ସା । ନୟାଗଡ ରଣପୁର ଜଙ୍ଗଲରୁ ସ୍ନେକ ହେଲପଲାଇନ ସଦସ୍ୟ ଦ୍ୱାରା ଉଦ୍ଧାର କରାଯାଇଥିବା କିଙ୍ଗ କୋବ୍ରାକୁ ଚିକିତ୍ସା ପାଇଁ ଓୟୁଏଟି ଅଣାଯାଇଥିଲା ।
ତେବେ ଓୟୁଏଟିରେ ପ୍ରଥମ ଥର ପାଇଁ କିଙ୍ଗ କୋବ୍ରାର ଚିକିତ୍ସା କରାଯାଉଛି ବୋଲି ବିଭାଗୀୟ ମୁଖ୍ୟ କହିଛନ୍ତି । ସାପଟିର ଅବସ୍ଥା ଗୁରୁତର ଥିବା ବେଳେ ତଳ ପଟ ମାଢି ହାଡ ଭାଙ୍ଗିଯାଇଛି । କିଙ୍ଗ କୋବ୍ରାକୁ ଆଂଟିବାୟୋଟିକ ଓ ପେନ କିଲର ଦିଆଯାଇଛି । ସାପଟିର ଓଜନ ୪ କିଲୋ ୨୦୦ ଗ୍ରାମ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/vlcsnap-2017-10-28-09h07m52s945.png)