କନକ ବ୍ୟୁରୋ : ବ୍ରିଟେନରେ ମହାରାଣୀଙ୍କ ଯୁଗର ଅବସାନ ଘଟିଛି । ମହାରାଣୀ ଏଲିଜାବେଥଙ୍କ ଦେହାନ୍ତ ପରେ ମହାରାଣୀଙ୍କ ଯୁଗର ଶେଷ ହୋଇଛି । ରାଜ ପରିବାର ପରମ୍ପରା ଅନୁସାରେ ତାଙ୍କ ପୁଅ ଚାର୍ଲସ ବ୍ରିଟେନର ନୂଆ ରାଜା ହେବାକୁ ଯାଉଛନ୍ତି । ଚାର୍ଲସ ବ୍ରିଟେନର ରାଜା ଭାବେ ଅଭିଷିକ୍ତ ହୋଇଥିବା ବେଳେ ବ୍ରିଟଶ ଯୁବରାଜଙ୍କ ଓଡିଶା ସମ୍ପର୍କ କଥା ଏବେ ଚର୍ଚ୍ଚାକୁ ଆସିଛି ।

Advertisment

୧୯୮୦ ମସିହାରେ ବ୍ରିଟେନରୁ ଚାର୍ଲସ ଓଡିଶା ଗସ୍ତରେ ଆସିଥିଲେ । ଫଟୋରେ ପ୍ରିନସ ଚାର୍ଲସଙ୍କୁ ଓଡିଶାର ତତ୍କାଳୀନ ରାଜ୍ୟପାଳ ସିଏମ ପୁନାଚା ଏକ କଳାକୃତି ଉପହାର ଦେଉଥିବା ଦେଖିବାକୁ ମିଳିଛି । ଫଟୋରେ ସେହି ସମୟର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ମଧ୍ୟ ଅଛନ୍ତି । ସେହିପରି ଅନ୍ୟ ଏକ ଫୋଟୋରେ ପ୍ରିନ୍ସ ଚାର୍ଲସଙ୍କ ସହ ରାଜ୍ୟପାଳ ସିଏମ ପୁନାଚା ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ୧୯୮୦ ମସିହାରେ ଓଡିଶା ଗସ୍ତରେ ଆସିଥିବା ବେଳେ ପ୍ରିନ୍ସ ଚାର୍ଲସ ପୁରୀ ଜିଲ୍ଲାର ହରିପୁର ଗାଁକୁ ଯାଇଥିଲେ । ।

- ବ୍ରିଟେନରେ ମହାରାଣୀଙ୍କ ଯୁଗର ଅବସାନ ଘଟିଛି
- ଏଲିଜାବେଥ ଦ୍ୱିତୀୟଙ୍କ ଦେହାନ୍ତ ପରେ ପୁଅ ଚାର୍ଲସ ନୂଆ ରାଜା
- ଚାର୍ଲସଙ୍କର ରହିଛି ଓଡିଶା ସହ ସମ୍ପର୍କ
- ୩୨ ବର୍ଷ ବୟସରେ ଓଡ଼ିଶା ଆସିଥିଲେ ପ୍ରିନ୍ସ ଚାର୍ଲସ
- ୧୯୮୦ ମସିହାରେ ବ୍ରିଟେନ ଯୁବରାଜ ଚାର୍ଲସ ଆସିଥିଲେ ଓଡିଶା
- ପୁରୀ ହରିପୁର ଗାଁରେ ବୁଲିଥିଲେ, କୋଣାର୍କ ଯିବା ବାଟରେ ପଇଡ଼ ପିଇଥିଲେ
- ଟୋକେଇ ବୁଣିବା, ବେଙ୍ଗଳା ପଡ଼ିବା ବୁଲି ଦେଖିଥିଲେ ଚାର୍ଲସ
- ବଳଦ ଟଣା ଶଗଡ଼ ଓ ଓଡ଼ିଶାର ଗ୍ରାମ୍ୟ ଜୀବନକୁ ଦେଖି ବେଶ ଖୁସି ହୋଇଥିଲେ ବ୍ରିଟିଶ ଯୁବରାଜ

- ଓଡ଼ିଶା ଗସ୍ତରେ ଥିବାବେଳେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ ଯୁବରାଜ ଚାର୍ଲସ
- ଚାର୍ଲସଙ୍କ ସହ ଆଳି ରାଜା ପ୍ରତାପ ଦେବଙ୍କୁ ସାକ୍ଷାତ କରାଇଥିଲେ ଜାନକୀ ପଟ୍ଟନାୟକ
- ଓଡ଼ିଶାରେ ଜଣେ ରାଜାଙ୍କୁ ଭେଟି ଖୁସି ହୋଇଥିଲେ ଚାର୍ଲସ
- ସେବେଠାରୁ ବ୍ରିଟିଶ ରାଜପରିବାରର ବିଭିନ୍ନ ଉତ୍ସବ ସାଙ୍କେତିକ ଭାବେ କେନ୍ଦ୍ରାପଡ଼ରେ ବି ପାଳିତ ହୋଇଛି
- ୧୯୮୭ରେ ଏଲିଜାବେଥଙ୍କ ଶାସନର ୫୦ବର୍ଷ ପୁର୍ତ୍ତି ଉତ୍ସବ କେନ୍ଦ୍ରାପଡ଼ରେ ବି ପାଳିତ ହୋଇଛି
- ୧୯୯୭ରେ ୬୦ବର୍ଷ ପୁର୍ତ୍ତି ଉତ୍ସବ ଧୁମଧାମରେ ଆୟୋଜିତ ହୋଇଛି
- ଏଲିଜାବେଥଙ୍କୁ ସମ୍ମାନ ଜଣାଇ କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହୋଇଛି ଗୋଲଡେନ୍ ଜୁବଲି ଲାଇବ୍ରେରୀ
- ଚାର୍ଲସଙ୍କୁ ଓଡିଶାର ତତ୍କାଳୀନ ରାଜ୍ୟପାଳ ସିଏମ ପୁନାଚା ଏକ କଳାକୃତି ଉପହାର ଦେଇଥିଲେ