ଭୁବନେଶ୍ୱର କିମ୍ସ ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଲା ଏକମୋ ମେସିନ : ସଫଳତାର ସହ ଚିକିତ୍ସା ଆରମ୍ଭ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା
କନକ ବ୍ୟୁରୋ : ଭୁବନେଶ୍ୱରର କିମ୍ସ ହସ୍ପିଟାଲରେ କାର୍ଯ୍ୟକ୍ଷମ ହୋଇଛି ଏକମୋ ଚିକିତ୍ସା । ସଫଳତାର ସହ ଏକମୋ ମେସିନ କାର୍ଯ୍ୟକ୍ଷମ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । କରୋନାରେ ଆକ୍ରାନ୍ତ ହେବା ପରେ ଫୁସଫୁସ ସଂକ୍ରମିିତ ହେବା କାରଣରୁ ଏକମୋ ଚିକିତ୍ସା ଶେଷ ଭରସା ପାଲଟିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ସୁବିଧା ରାଜ୍ୟ ଭିତରେ ଅଳ୍ପ କେତେକ ହସ୍ପିଟାଲରେ ଉପଲବ୍ଧ ହେଉଥିବାରୁ ଗତ କିଛି ଦିନ ଭିତରେ ଏକାଧିକ ରୋଗୀ ରାଜ୍ୟ ବାହାରକୁ ଯାଇ ଚିକିତ୍ସିତ ହେଉଛନ୍ତି । ତେବେ ରାଜ୍ୟ ବାହାରକୁ ଏୟାରଲିଫ୍ଟରେ ଯିବାକୁ ପଡୁଥିବାରୁ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ।