କନକ ବ୍ୟୁରୋ : ଋୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଭେଟିଲେ ଉତରକୋରିଆର ଶାସକ କିମ ଜଙ୍ଗ ଉନ୍ । ଭେଷ୍ଟୋଚନି କସମୋଡ୍ରୋମରେ ବୁଧବାର ଉଭୟ ରାଷ୍ଟ୍ରନେତା ସାକ୍ଷାତ କରିଛନ୍ତି । ମଙ୍ଗଳବାର ଅସ୍ତ୍ରଶସ୍ତ୍ର ସଜ୍ଜିତ ସ୍ୱତନ୍ତ୍ର ଟ୍ରେନରେ ରୁଷରେ ପହଁଚିଥିଲେ କିମଜଙ୍ଗ । ଏମାନଙ୍କ ମଧ୍ୟରେ ବୈଠକ ବସିବା ସହ ପରମାଣୁ ଚୁକ୍ତି ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ସୂଚନା ମିଳିଛି । ପରେ କମମୋଡ୍ରାମର ଥିବା ରୁଷର ଡିଫେନ୍ସ ଓ ସ୍ପେଶ ସେଂଟର ବୁଲି ଦେଖିଛନ୍ତି କିମଜଙ୍ଗଉନ । ଆମେରିକା ସହିତ ଉଭୟ ଉତରକୋରିଆ ଓ ରୁଷର ବିବାଦ ଚାଲିଛି । ଏହା ଭିତରେ ପୁଟିନ ଓ କିମଜଙ୍ଗ ସାକ୍ଷାତ ଆମେରିକା ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେବେ ରୁଷ-ଉତରକୋରିଆ ବୈଠକ ଉପରେ ସାରା ବିଶ୍ୱର ନଜର ରହିଛି ।
ରୁଷ ରାଷ୍ଟ୍ରପତି ଓ ଉତରକୋରିଆ ଶାସକ କିମଜଙ୍ଗ ଉନଙ୍କ ଭେଟଘାଟ । ବୁଧବାର ଭୋଷ୍ଟୋଚିନ କସମଡ୍ରୋମରେ ଦୁଇ ରାଷ୍ଟ୍ରନେତାଙ୍କ ସାକ୍ଷାତ ପରେ ବୁଲି ଦେଖିଲେ ସ୍ପେଶ୍ ସେଂଟର
/kanak/media/post_attachments/wp-content/uploads/2023/09/6-17.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)