ଉତ୍ତରକୋରିଆର ସୁପ୍ରିମ ଲିଡରଙ୍କୁ ନେଇ ବଡ ଖବର । କିମ ଜଙ୍ଗ ଉନ୍ କୋମାକୁ ଚାଲିଯାଇଥିବା ଚର୍ଚ୍ଚା, ଭଉଣୀ କିମ୍ ଜଙ୍ଗ ଜୋଙ୍ଗ ସମ୍ଭାଳିପାରନ୍ତି ଶାସନଭାର ।

926

କନକ ବ୍ୟୁରୋ : ସାରା ବିଶ୍ୱକୁ ଭୟଭୀତ କରୁଥିବା ଓ ପରମାଣୁ ଆକ୍ରମଣର ଧମକ ଦେଉଥିବା ଉତ୍ତରକୋରିଆର ଶାସକ କିିମଜଙ୍ଗ ଉନଙ୍କୁ ନେଇ ଆସିଛି ବଡ ଖବର । ଚର୍ଚ୍ଚା ହେଉଛି ଉତ୍ତରକୋରିଆର ଏହି ସୁପ୍ରିମ ଲିଡର ଏବେ କୋମାକୁ ଚାଲିଯାଇଛି । ଆଉ ଭଉଣୀ କିମ୍ ଜଙ୍ଗ ଜୋଙ୍ଗ ସମ୍ଭାଳିବେ ଉତ୍ତରକୋରିଆର ଶାସନ ଭାର ।

କିମ ଜଙ୍ଗ ଉନ । ଉତ୍ତରକୋରିଆର ସୁପ୍ରିମ ଲିଡର । କୁହାଯାଏ କିମ ଜଙ୍ଗ ଉନଙ୍କ ଅନୁମତି ବିନା ସେଠାରେ ପତ୍ରଟିଏ ବି ହଲେନି । କିମଙ୍କ ଆଦେଶକୁ ପ୍ରତ୍ୟାଖାନ କରିବାର ପରିଣତି କଣ ହୁଏ ସେକଥା କେବଳ ଉତ୍ତରକୋରିଆବାସୀ ନୁହେଁ ପୂରା ବିଶ୍ୱକୁ ଜଣା । କିଙ୍ଗ ବିରୋଧରେ ମୁହଁ ଖୋଲିବା ପୂର୍ବରୁ ଉତ୍ତରକୋରିଆବାସୀ ଅନେକ ଥର ଚିନ୍ତା କରିଥାନ୍ତି । ହେଲେ ତାଙ୍କୁ ନେଇ ଆସିଛି ଏବେ ବଡ ଖବର । ଏବେ ଗୁରୁତରଭାବେ ଅସୁସ୍ଥ ହୋଇପଡିଛନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ କିମ ଜଙ୍ଗ ଉନ କୋମାକୁ ଚାଲିଯାଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

– କିମ୍ ଜଙ୍ଗ ଉନ୍ ୨୦୧୧ରେ ଉତ୍ତର କୋରିଆର ୱାର୍କରସ ପାର୍ଟିର ନେତା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ
-୨୦୧୨ରେ କୋରିଆନ ପିପୁଲ୍ସ ଆର୍ମିର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହୋଇଥିଲେ
-୨୦୧୭ରେ ପରମାଣୁ ପରୀକ୍ଷଣ କରି ବିବାଦକୁ ଆସିଥିଲେ
– ୨୦୧୭-୧୮ରେ ଆମେରିକା, ଉତ୍ତରକୋରିଆ ଓ ଜାପାନ ସହ ବିବାଦ ବଢ଼ିଥିଲା
-୨୦୧୮-୧୯ରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଓ ଆମେରିକା ରାଷ୍ଟ୍ରପତିଙ୍କ ସହ କୂଟନୈତିକ ଆଲୋଚନା କରିଥିଲେ
– ୨୦୨୦ ଏପ୍ରିଲରେ ସେ ଅସୁସ୍ଥ ହୋଇ ମୃତ୍ୟୁ ହୋଇଥିବା ଖବର ଆସିଥିଲା

ସ୍ଥାନୀୟ ଗଣମାଧ୍ୟମରେ କିମ ଜଙ୍ଗ ଉନଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି । କୋମାରେ ଯିବା ପରେ ଉତ୍ତରକୋରିଆର ସମସ୍ତ ଦାୟିତ୍ୱଭାର ଉନଙ୍କ ଭଉଣୀ କିମ ୟଙ୍ଗ ଜୋଙ୍ଗକକୁ ହସ୍ତାନ୍ତର କରାଯାଇଛି । କିନ୍ତୁ, ଦକ୍ଷିଣ କୋରିଆ ପୂର୍ବତନ ରାଷ୍ଟ୍ରପତି କିମ ଶେ ଜଙ୍ଗଙ୍କ ଜଣେ ସହଯୋଗୀ ମୃତ୍ୟୁ ଖବରକୁ ଖଣ୍ଡନ କରିଛନ୍ତି । କିମ ଜଙ୍ଗ କୋମାରେ ଥିବା ସେ କହିଛନ୍ତି ।

ଉତ୍ତରକୋରିଆରେ ଅନେକ ଘଟଣା ରହସ୍ୟମୟ ହୋଇ ରହିଥାଏ । ଦେଶବାସୀ ଓ ଦେଶର ଶାସକଙ୍କ ସହ କଣ ଘଟେ କଣ ନାହିଁ ସେକଥାର ସ୍ପଷ୍ଟ ଚିତ୍ର ପଦାକୁ ଆସିନଥାଏ । ଏପ୍ରିଲ ମାସରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ସାମନାକୁ ଆସିଥିଲା । କିନ୍ତୁ କିଛି ଦିନ ପରେ କିମ ଉନ ସୁସ୍ଥ ଓ ଜୀବିତ ଥିବା ଭିଡିଓ ଭାଇରାଲ ହୋଇଥିଲା । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ।