ଭୟଙ୍କର ପିରାନହା ମାଛକୁଣ୍ଡରେ ପକେଇ ଆର୍ମି ଜେନେରାଲଙ୍କୁ ହତ୍ୟା : ଉତ୍ତରକୋରିଆର ଶାସକ କିମ ଜୋଙ୍ଗ ଉନଙ୍କ ବର୍ବରତା

Advertisment
ଭୟଙ୍କର ପିରାନହା ମାଛକୁଣ୍ଡରେ ପକେଇ ଆର୍ମି ଜେନେରାଲଙ୍କୁ ହତ୍ୟା : ଉତ୍ତରକୋରିଆର ଶାସକ କିମ ଜୋଙ୍ଗ ଉନଙ୍କ ବର୍ବରତା

କିମ ଜୋଙ୍ଗ ଉନ ଏହି ପ୍ରକାରେ ଅତି କମରେ ୧୬ ଜଣ ଜେନେରାଲଙ୍କୁ ହତ୍ୟା କରିଥିବା ଜଣାଯାଇଛି। କୁହାଯାଏ ଯେ ଏହାପୂର୍ବରୁ କିମଙ୍କ ସେନା ମୁଖ୍ୟ ଏବଂ  ଉତ୍ତର କୋରିଆର ସେଣ୍ଟ୍ରାଲ ବ୍ୟାଙ୍କର ସିଇଓଙ୍କୁ ମଧ୍ୟ ସମାନ ଢଙ୍ଗରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।

ଉତ୍ତର କୋରିଆ ଶାସକ କିମ ଜୋଙ୍ଗ ଉନ ନିଜ ସେନାର ଜଣେ ଜେନେରାଲଙ୍କୁ ଶହ ଶହ ପିରାନହା ମାଛ ଭର୍ତ୍ତି ଏକ ଟାଙ୍କିରେ ଫିଙ୍ଗି ହତ୍ୟା କରିଥିବା ଜଣାଯାଇଛି। ବ୍ରିଟେନ ସ୍ଥିତ ଦୈନିକ ‘ଦି ମିରର’ ରିପୋର୍ଟ ଅନୁଯାୟୀ ଏହି ଜେନେରାଲ କିମଙ୍କ ବିରୋଧରେ ଗାଦିଚ୍ୟୁତ କରିବାର ଷଡଯନ୍ତ୍ରରେ ସାମିଲ ଥିଲେ ବୋଲି ଅଭିଯୋଗ ହେଇଥିଲା । ଏହି ବିଶାଳ ମାଛ ଟାଙ୍କି କିମଙ୍କ ରିୟୋଙ୍ଗସଙ୍ଗ ସ୍ଥିତ ବାସଭବନରେ ନିର୍ମିତ ହୋଇଥିବା ଜଣାଯାଇଛି ।

publive-image

ରିପୋର୍ଟ ଅନୁଯାୟୀ ମାଛ ଟାଙ୍କିରେ ଫୋପାଡିବା ପୂର୍ବରୁ ଉତ୍ତର କୋରିଆ ଜେନେରାଲଙ୍କ ହାତ ଓ ତଣ୍ଟି ଛୁରୀରେ କାଟି ଦିଆଯାଇଥିଲା । ସୂତ୍ରରୁ ପ୍ରକାଶ ଯେ ଜେନେରାଲ ମୃତ୍ଯୁ କ୍ଷତ ଯୋଗୁ କି ଘାତକ ପିରାନହାଙ୍କ ଆକ୍ରମଣ କିମ୍ବା  ବୁଡ଼ିଯିବା କାରଣରୁ ଏହା ସ୍ପଷ୍ଟ ହୋଇନାହିଁ । ଖାସ ଏପରି ଦଣ୍ଡ ଦେବପାଇଁ ଭୟଙ୍କର ପିରାନହା ମାଛ ସବୁଙ୍କୁ ବ୍ରାଜିଲରୁ ଆମଦାନୀ କରାଯାଇଥିବାର ବିଶ୍ୱାସ କରାଯାଏ ।

ଜେମ୍ସ ବଣ୍ଡ ଫିଲ୍ମ ଦେଖି ଏପରି ମୃତ୍ଯୁଦଣ୍ଡ ପଦ୍ଧତି ଆପଣେଇ ଥିଲେ

ରିପୋର୍ଟରେ ଆହୁରି ମଧ୍ୟ ଦାବି କରାଯାଇଛି ଯେ ଜେନେରାଲଙ୍କୁ ଦଣ୍ଡିତ କରିବାର ଏହି ନିଷ୍ଠୁର ପଦ୍ଧତି ୧୯୭୭ ର ଜେମ୍ସ ବଣ୍ଡ ଫିଲ୍ମ 'ଦ ସ୍ପାଇ ହୁ ଲଭଡ ମି’ ଦ୍ୱାରା ଅନୁପ୍ରାଣିତ ହୋଇଥିଲା । ଏହି ଚଳଚ୍ଚିତ୍ରରେ ଦେଖାଯାଇଥିଲା ଯେ ଭିଲେନ୍ କାର୍ଲ ଷ୍ଟ୍ରୋମବର୍ଗ ତାଙ୍କ ବିରୋଧୀମାନଙ୍କୁ  ସାର୍କରେ ପରିପୂର୍ଣ୍ଣ ଆକ୍ୱାରିୟମରେ ପକାଇ ହତ୍ୟା କରିଥିଲା ।  ଏହି ପଦ୍ଧତି ମାଧ୍ୟମରେ କିମ ଜୋଙ୍ଗ ଉନ ଅତି କମରେ ୧୬ ଜଣ ଜେନେରାଲଙ୍କୁ ହତ୍ୟା କରିଥିବା ଜଣାଯାଇଛି ।କୁହାଯାଏ ଯେ ଏହାପୂର୍ବରୁ କିମଙ୍କ ସେନା ମୁଖ୍ୟ ଏବଂ  ଉତ୍ତର କୋରିଆର ସେଣ୍ଟ୍ରାଲ ବ୍ୟାଙ୍କର ସିଇଓଙ୍କୁ ମଧ୍ୟ ସମାନ ଢଙ୍ଗରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା।

ରିପୋର୍ଟ ଅନୁଯାୟୀ କିମ୍ ସମସ୍ତଙ୍କୁ ଭୟଭୀତ କରାଇ ଶାସନ କରନ୍ତି । ତାଙ୍କର ଅନେକ ଶତ୍ରୁଙ୍କୁ ସେ ସର୍ବସାଧାରଣରେ ଭୟଙ୍କର ମୃତ୍ୟୁଦଣ୍ଡ ଦେଇଛନ୍ତି । ଏହିପରି ଭୟଙ୍କର କଷ୍ଟଦାୟକ  ମୃତ୍ଯୁଦଣ୍ଡ ଦେବାର ଆଉ ଏକ କାରଣ ମଧ୍ୟ ରହିଛି ଏହା ଅନ୍ୟ ମାନଙ୍କ ପାଇଁ ଏକ ଚେତାବନୀ ସଦୃଶ୍ୟ କି ଯଦି ତମେ ବିଶ୍ଵାସଘାତକତା କରିବ ତେବେ ତୁମକୁ ମଧ୍ୟ ଏପରି ଦଣ୍ଡ ମିଳିବ । ଏପରିକି ନିଜର ଘନିଷ୍ଠ ସହଯୋଗୀ ମାନଙ୍କୁ ମଧ୍ୟ ସେ ଛାଡ଼ନ୍ତି ନାହିଁ । ପିରାନହା ମାଛକୁ ସେ ଏକ ରାଜନୈତିକ ଭୟ ଓ ଆତଙ୍କର ଉପକରଣ ଭାବେ ବ୍ୟବହାର କରିଛନ୍ତି । ପିରାନହା ଦ୍ଵାରା କାହାକୁ ହତ୍ୟା କରାଯିବାର ପଦ୍ଧତି କେତେ ଫଳପ୍ରଦ ତାହା କଥା ନୁହେଁ । ଏହାଦ୍ବାରା ସେ ନିଜର ରାଜନୈତିକ ଶତ୍ରୁମାନଙ୍କୁ ଏକ ଆତଙ୍କର ସନ୍ଦେଶ ଦେବକୁ ଚାହାନ୍ତି । ପିରାନହା ମାଛ ଦଳବଦ୍ଧ ହେଇ ଆକ୍ରମଣ କରନ୍ତି । ସେମାନକର ଦାନ୍ତଗୁଡିକ ଅତ୍ୟନ୍ତ ତୀକ୍ଷଣ ଏବଂ ସେ ମାତ୍ର କେଇ ମିନିଟ ମଧ୍ୟରେ ସେ ଏକ ସମ୍ପୂର୍ଣ ମାନବ ଶରୀରକୁ ଖାଇ ଶେଷ କରିଦେଇ ପାରନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe