ଝିଅର ଦୁଷ୍କର୍ମ ହୋଇଥିବା ଶୁଣି ସଇତାନ ହୋଇଗଲା ବାପାର ମୁଣ୍ଡ । ଦୁଷ୍କର୍ମକାରୀଙ୍କ ପରିବାରର ୬ ଜଣଙ୍କୁ କରିଦେଲା ହତ୍ୟା । 

1,083

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ବିଶାଖାପାଟନା ଜିଲ୍ଲାର ଏକ ଗାଁରେ ଦେଖିବାକୁ ମିଳିଛି କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଜିଲ୍ଲାର ଜଟ୍ଟାଦା ଗ୍ରାମରେ ଜଣେ ଲୋକ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରିଛି । ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଯାଂଚ କରୁଛି  ।

ସୂଚନା ମୁତାବକ ବିଶାଖାପାଟନା ଜିଲ୍ଲାର ଜଟ୍ଟାଦା ଗ୍ରାମ । ଏଠାରେ ରହୁଥିବା ଏକ ପରିବାରର ଜଣେ ଝିଅକୁ ସେହି ଗ୍ରାମର ଜଣେ ଯୁବକ ଦୁଷ୍କର୍ମ କରିଥିଲା । ଏହି ଖବର ପାଇବା ପରେ ଝିଅର ବାପ ମୁଣ୍ଡକୁ ପିତ ଚଢିଯାଇଥିଲା । ସେ ଦୁଷ୍କର୍ମ କରିଥିବା ଯୁବକର ଘରକୁ ଯାଇ ତାଙ୍କ ପରିବାରର ୬ ଜଣଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିଥିଲା । ଏହି ଖବର ପାଇବା ପରେ ସ୍ଥାନୀୟ ଅ ଞ୍ଚଳରେ ଲୋକମାନେ ସେଠାରେ ଭିଡ ଜମାଇଥିଲେ । ପୋଲିସକୁ ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଦୁଷ୍କର୍ମ ପୀଡିତାଙ୍କ ବାପାକୁ ଗିରଫ୍ କରିଛି ଓ ଏହାସହ ଘଟଣାର ଅଧିକ ଖୋଳତାଡ କରୁଛି ।