ନୂଆପଡା : ମାଆ ସାଜିଲା ମୃତ୍ୟୁ ଦୂତ । ହତ୍ୟାକାରୀ ହେଲା ଜନ୍ମଦାତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲା ବୋଡେନ ବ୍ଲକର ଖେସରାଜପୁର ଗାଁର ବନ୍ୟାପଡାରେ । ସ୍ଥାନୀୟ ଲୋଚନୀ ମାଝି ନିଜର ତିନି ସନ୍ତାନଙ୍କୁ କୂଅରେ ପକାଇ ହତ୍ୟା କରିଛି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ କରିବା ପରେ ଲୋଚନୀଙ୍କୁ ଅଟକ ରଖିଛି । ପାରିବାରିକ କଳହରୁ ମାଆ ତାରା, ଦେଢ ବର୍ଷର ପୁଅ ଲକ୍ଷ୍ମଣ, ୩ ବର୍ଷ ଝିଅ କୁନି ଓ ବର୍ଷକର ଝିଅକୁ କୁଅରେ ପକାଇ ହତ୍ୟା କରିଛି ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ କହିଛି । କିନ୍ତୁ ମହିଳା ଜଣକ ମାନସିକ ବିକୃତ ଥିବା ପୋଲିସ ସ୍ପଷ୍ଟ କରିଛି ।
ମାଆ ସାଜିଲା ହତ୍ୟାକାରୀ : ପାରିବାରିକ କଳହରୁ ନିଜର ତିନି ସନ୍ତାନଙ୍କୁ କୂଅରେ ପକାଇ କଲା ହତ୍ୟା
/kanak/media/post_attachments/wp-content/uploads/2016/07/vlcsnap-2016-07-20-12h36m49s831.png)