ନୟାଗଡ : ପ୍ରେମରେ ଲାଗିଲା ରକ୍ତର ଛିଟା । ପ୍ରେମିକା ଫୋନ୍ ନଉଠାଇବାରୁ ରକ୍ତମୁଖା ହୋଇଉଠିଲା ପ୍ରେମିକ । ଆଉ ପ୍ରେମିକାର ଗଳାକାଟିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି ଅଭିଯୁକ୍ତ ଜଣକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡରେ । ଏକପାଖିଆ ପ୍ରେମରେ ପାଗଳ ହୋଇ ପ୍ରେମିକ ଭିଆଇଛି ଏଭଳି କାଣ୍ଡ । ଅନ୍ୟପଟେ ଛୁରାମାଡରେ ଯୁବତୀ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ,ପରୀକ୍ଷା ଥିବାରୁ ଯୁବତୀ ଜଣକ ସଂପୃକ୍ତ ଯୁବକଙ୍କ ଫୋନ୍ ଉଠାଇ ପାରିନଥିଲେ । ଫଳରେ ଉତକ୍ଷିପ୍ତ ହୋଇ ଯୁବକ ଜଣକ ଯୁବତୀଙ୍କୁ ନିକଟସ୍ଥ ମନ୍ଦିରକୁ ଡାକିଥିଲେ । ସେଠାରେ ପୁର୍ବରୁ ଲୁଚାଇ ରଖିଥିବା ଛୁରୀରେ ଆକ୍ରମଣ କରିଥିଲେ । ତେବେ ଯୁବତୀ ଜଣକ ବଡପାଟିରେ ଚିତ୍କାର କରିବାରୁ ସ୍ଥାନୀୟ ଲୋକମାନେ ଆସିଯାଇଥିଲେ । ଏହାକୁ ଦେଖି ଅଭିଯୁକ୍ତ ଜଣକ ଡରିଯାଇ ନିଜ ପେଟରେ ମଧ୍ୟ ଛୁରୀରେ ଆଘାତ କରି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ଉଭୟଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତି କରାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/05/vlcsnap-2016-05-12-19h07m39s093.png)