ଥାଇଲାଣ୍ଡରେ ସୈନିକଙ୍କ ବର୍ବର କାଣ୍ଡ । ସୈନ୍ୟ ଶିବିର ପରେ ମଲରେ ପଶି କଲା ଆଖି ବୁଜା ଗୁଳିମାଡ କଲା ଦୁର୍ବୃତ୍ତ : ୨୦ ମୃତ, ୨୦ରୁ ଅଧିକ ଆହତ

413

କନକ ବ୍ୟୁରୋ : ଥାଇଲାଣ୍ଡରେ ସୈନିକଙ୍କ ବର୍ବର କାଣ୍ଡ । ସୈନିକଙ୍କ ଆଖିବୁଜା ଗୁଳିମାଡରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ଉତରପୂର୍ବ ଥାଇଲାଣ୍ଡର ନଖୋନ ରାଚସୀମାରେ ଏପରି ବର୍ବର କାଣ୍ଡ ଦେଖିବାକୁ ମିଳିଛି । ଆକ୍ରମଣକାରୀ ସୈନିକ ଜଣକ ପ୍ରଥମେ ଏକ ମେସିନ ଗନରେ ସୈନ୍ୟ ଶିବିରରେ ତାର କମାଣ୍ଡର ଓ ସହକର୍ମୀଙ୍କୁ ହତ୍ୟା କରିଥିଲା । ଏହା ପରେ ସେନା ଗାଡି ଚୋରାଇ ମୁଆଙ୍ଗ ଜିଲ୍ଲାର ଟର୍ମିନାଲ ସପିଂ ମଲରେ ପଶି ରକ୍ତର ହୋଲିଖେଳିଥିଲା ।

ହାତରେ ମେସିନ୍ ଗନ୍ ଧରି ମଲରେ ପଶିବା ପରେ ପରେ ଆରମ୍ଭ କରିଦେଇଥିଲା ଆଖିବୁଜା ଗୁଳିମାଡ । ଏଥିରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ୨୦ରୁ ଅଧିକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁଳିମାଡ କରି ୨୦ ଲୋକଙ୍କ ଜୀବନ ନେଇଥିବା ସୈନିକର ନାମ ଜକ୍ରପନ୍ଥ ଥୋମ୍ମା ବୋଲି ଜଣାପଡିଛି । ପୋଲିସ ତାକୁ କାବୁ କରିବାକୁ ମଲକୁ ସିଲ୍ କରି ଅପରେସନ ଆରମ୍ଭ କରିଛି ।