କନକ ବ୍ୟୁରୋ: ଭୁବନେଶ୍ୱରରେ ମାଷ୍ଟର କ୍ୟାଂଟିନ ଛକରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ରାସ୍ତା ଉପରେ ୨ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ୨ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ନିଶା କାରବାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ ହୋଇଥିବାର ସୂଚନା ମିଳିଛି ।
ଏହି ଆକ୍ରମଣ ଘଟଣା ନେଇ ମୁଖ୍ୟ ଅଭିଯୁକ୍ତ ରାଜା ଖାରବେଳ ଥାନାରେ ଅଟକ ଅଛି । ତାର ଅନ୍ୟ ସହଯୋଗୀଙ୍କୁୁ ଧରିବା ପାଇଁ ପୁଲିସ୍ ତନାଘନା ଚଳାଇଛି । ଅଭିଯୁକ୍ତ ରାଜା ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/01/murder.jpg)