ଯୁବକଙ୍କୁ ମାରି ଫିଙ୍ଗିଦେଲେ ! ଗଳାକାଟି ହତ୍ୟା କରାଯିବା ପରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ

720

କନକ ବ୍ୟୁରୋ : ଯୁବକଙ୍କୁ ମାରି ଫିଙ୍ଗିଦେଲେ । ବରଗଡ ଟାଉନଥାନା ଅନ୍ତର୍ଗତ ଅମ୍ବାପାଲି ଖେଳପଡିଆରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କୁ ଗଳାକାଟି ହତ୍ୟା କରାଯିବା ପରେ ଫଙ୍ଗିଦିଆଇଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ଅତାବିରା ଥାନା ଅନ୍ତର୍ଗତ ମହମ୍ମଦ କାସିମ । ସବୁଦିନ ଭଳି ଗତକାଲି କାସିମ କାମ କରିବାକୁ ଯାଇଥିଲେ ବି ଆଉ ଘରକୁ ଫେରିନଥିଲେ । ସକାଳେ ମୃତଦେହ ଉଦ୍ଧାର ହେବା ପରେ ଘଟଣାସ୍ଥଳକୁ ଯାଇ ମୃତଦେହକୁ ଚିହ୍ନଟ କରିଛନ୍ତି ପରିବାର ଲୋକେ । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଚନ୍ତି ।