ଅବନ୍ତିପୁରା ଏନକାଉଣ୍ଟର ଘଟଣା: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛି ଜୈଶ ଆତଙ୍କୀ ଅବୁ ସୈଫୁଲ୍ହା, ୨ ଦିନ ପରେ ମିଳିଲା ପରିଚୟ ।

138

କନକ ବ୍ୟୁରୋ: ଏନକାଉଣ୍ଟରରେ ଜୈଶ ଆତଙ୍କବାଦୀ ଅବୁ ସୈଫୁଲ୍ହା ନିହତ। ଗତ ୨୧ ତାରିଖରେ ଜମ୍ମୁ କାଶ୍ମୀର ଅବନ୍ତିପୁରାରେ ହୋଇଥିବା ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲା ଜୈଶ-ଇ-ମହମ୍ମଦ ଆତଙ୍କବାଦୀ । ଗତ ମଙ୍ଗଳବାର ହୋଇଥିବା ଏନକାଉଂଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହେବା ନେଇ ଖବର ଆସିଥିଲା କିନ୍ତୁ ସେହି ସ୍ଥାନରୁ ଏଯାଏଁ କୌଣସି ଆତଙ୍କବାଦୀର ଶବ ମିଳିନଥିଲା । ହେଲେ ଗତକାଲି ବିଳମ୍ବିତ ରାତିରେ ଶବର ପରିଚୟ ମିଳିଛି । ଆଉ ଭାରତୀୟ ସେନାଙ୍କୁ ବଡ଼ ସଫଳତା ମିଳିଛି । ଅନ୍ୟପଟେ ଆଉ ଜଣେ ଆତଙ୍କୀର ପରିଚୟ ମଧ୍ୟ ସେନା ହାତରେ ଲାଗିଛି ।

ସବୁଠାରୁ ବଡ଼ କଥା ହେଲା, ଜୈଶ ଆତଙ୍କୀ ସଂଗଠନର ଆତଙ୍କୀ ଅବୁ ସୈଫୁଲ୍ହା ଡ୍ରାଲ ଏବଂ ଖ୍ରେବ୍ ଅଞ୍ଚଳରେ ଦେଢବର୍ଷ ହେଲା ସକ୍ରିୟ ଥିଲା । ଏପରିକି ବିଦେଶୀ ଆତଙ୍କବାଦୀ ଜେମ୍ସ କ୍ୱାରି ୟାସିରଙ୍କ ଆତଙ୍କୀ ଅବୁ ସୈଫୁଲ୍ହା ଅତି ନିବିଡ଼ ସମ୍ପର୍କ ମଧ୍ୟ ରହୁଥିଲା । ବିଭିନ୍ନ ସ୍ଥାନକୁ ଟାର୍ଗେଟ କରି ଏକ ବଡ଼ଧରଣର ଷଡ଼ଯନ୍ତ୍ର କରୁଥିଲା ଅବୁ ସୈଫୁଲା । ଗତ ୨୧ ତାରିଖରେ ଜାଣ୍ଡ ଗ୍ରାମରେ କେତେକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ସେନା ସୁରକ୍ଷା ବାହିନୀ ଓ ଜମ୍ମୁ- କଶ୍ମୀର ପୁଲିସ୍ ପକ୍ଷରୁ ମିଳିତ ଭାବେ ସଂପୃକ୍ତ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଏହି ସମୟରେ ଆତ୍ମଗୋପନ କରି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇବାରୁ ଉଭୟଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଆଉ ଦୁଇ ସୁରକ୍ଷା କର୍ମୀ ସାହସର ଲଢ଼ି ସହିଦ ହୋଇଥିବାବେଳେ ଦୁଇ ଆତଙ୍କୀଙ୍କୁ ନିପାତ କରିଥିଲେ ।