‘ପରୀ’ ହତ୍ୟା ମାମଲାରେ ବଡ ଖୁଲାସା । ପରୀକୁ ଯୌନ ନିର୍ଯାତନା ପରେ କରାଯାଇଛି ହତ୍ୟା!

1,185

କନକ ବ୍ୟୁରୋ : ହାଇକୋର୍ଟରେ ପରୀ ମୃତ୍ୟୁ ତଦନ୍ତର ରିପୋର୍ଟ ଦାଖଲ । ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ ଏସଆଇଟି ଟିମ୍୍ । ତେବେ ହତ୍ୟା ପୂର୍ବରୁ ପରୀକୁ ଯୌନ ନିର୍ଯାତନା ଦିଆଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ପରୀର ମୃତଦେହ ଉଲ୍ଲଗ୍ନ ଅବସ୍ଥାରେ ମିଳିଥିଲା । ପରୀର ପୋଷାକ ମଧ୍ୟ ପାଇଛି ତଦନ୍ତକାରୀ ଟିମ୍ । ପୋଷାକରେ ସିମେନ ମଧ୍ୟ ମିଳିଛି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।

ଜୁଲାଇ ୨୩ରେ ନୟାଗଡ ଯଦୁପୁରରୁ ପରୀର ମୃତଦେହ ମିଳିଥିଲା । ଏହାପରେ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତ ପରେ ଆଜି ଏହି ମାମଲାର ରିପୋର୍ଟ ହାଇକୋର୍ଟରେ ଦାଖଲ କରିଛି ଏସଆଇଟି ।

ପରୀକୁ ନ୍ୟାୟ ଦେବା ପାଇଁ ପରୀର ବାପା ମା’ ବିଧାସଭାରେ ଆତ୍ମହୃତି ଉଦ୍ୟମ କରିଥିଲେ । ପରୀ ବାପା, ମାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଝିଅକୁ ହତ୍ୟା କରାଯାଇଛି । ଏଥିପାଇଁ ସେ ବାବୁଲି ନାୟକ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ କରିଥିଲେ । ଏହାସହ ତାଙ୍କୁ ମନ୍ତ୍ରୀ ଅରୁଣ ସାହୁ ସାହାଯ୍ୟ କରୁଛନ୍ତି ବୋଲି ପରୀର ବାପା, ମା କହିଥିଲେ ।
ଏହି ଘଟଣା ପରେ ଜୋର ଧରିଥିଲା ରାଜ୍ୟ ରାଜନୀତି । ପରୀ ପାଇଁ ବିଧାନସଭାରେ ହଙ୍ଗାମା କରିଥିଲେ ବିରୋଧୀ । ପରୀକୁ ନ୍ୟାୟ ଦେବା ପାଇଁ ଜୋର ଧରିଥିଲା ରାଜନୈତିକ ବୟାନବାଜି । ଏହାପରେ ଏସଆଇଟିକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର ।