କନକ ବ୍ୟୁରୋ: ଡ୍ରାଗନ୍ ବିରୋଧରେ ଭାରତ ଆରମ୍ଭ କରିଛି କଠୋର ପ୍ରସ୍ତୁତି । ଅରୁଣାଚଳ ପ୍ରଦେଶର ସୀମାରେ ଭାରତୀୟ ସେନା ଆରମ୍ଭ କରିଛି ଆକ୍ରମଣାତ୍ମକ ପ୍ରଶିକ୍ଷଣ । ଚୀନକୁ ବୁଦ୍ଧି ଶିଖାଇବାକୁ ସେନା ପକ୍ଷରୁ ଦିଆଯାଇଛି ‘ଡୁ ଅର ଡାଏ’ ସ୍ଲୋଗାନ୍ ।ଚୀନର ବିସ୍ତାରବାଦ ନୀତିକୁ ଦେଖି ଯେକୌଣସି ସମୟରେ ଯୁଦ୍ଧ ଆଶଙ୍କା କରି ନିଜକୁ ପ୍ରସ୍ତୁତ କରିଛି ଭାରତୀୟ ସେନା । ପ୍ରକୃତରେ ଯଦି ଯୁଦ୍ଧ ହୁଏ ଚୀନର ସବୁ ରଣକୌଶଳର କିପରି ଠିକଣା ଜବାବ ଦେଇପାରିବ ସେ ନେଇ ତାୱଙ୍ଗଠାରେ ଯବାନଙ୍କୁ ଦିଆଯାଉଛି କଠୋର ପ୍ରଶିକ୍ଷଣ ।
ସୂଚନା ମୁତାବକ, ଗତବର୍ଷ ମେ ମାସରୁ ଚୀନ୍ ସୀମାନ୍ତରେ ଶାନ୍ତିଭଙ୍ଗ କରିଆସୁଛି। ସାମରିକ ଓ କୂଟନୈତିକ ସ୍ତରୀୟ ଅନେକ ପର୍ଯ୍ୟାୟ କଥାବାର୍ତ୍ତା ହୋଇଥିଲେ ମଧ୍ୟ ସବୁ ପ୍ରାୟ ବିଫଳ ହୋଇଛି। କଥାବାର୍ତ୍ତା ସମୟରେ ଚୀନ୍ ଯାହା ପ୍ରତିଶ୍ରୁତି ଦେଉଛି ତାହା ରକ୍ଷା କରୁନାହିଁ। ଗତ ୧୦ ତାରିଖରେ ଶେଷ ପର୍ଯ୍ୟାୟ କଥାବାର୍ତ୍ତା ବିଫଳ ହୋଇଥିଲା। ଏଥିପାଇଁ ଉଭୟ ପକ୍ଷ ଉଭୟଙ୍କୁ ଦୋଷ ଦେଉଛନ୍ତି। ବର୍ତ୍ତମାନ ଏଲ୍ଏସି ପାଖରେ ଉଭୟ ପକ୍ଷରୁ ପ୍ରାୟ ୫୦,୦୦୦ରୁ ୬୦,୦୦୦ ସୈନ୍ୟ ମୁତୟନ କରାଯାଇଛି। ଏଭଳି ଉତ୍ତେଜନାମୟ ପରିସ୍ଥିତି ସମୟରେ ଭାରତୀୟ ସୈନିକଙ୍କ କଠୋର ତାଲିମ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।
Follow Us