ମୋ ପୁଅକୁ ଏନକାଉଣ୍ଟର କରୁ ପୋଲିସ , ୟୁପିର କୁଖ୍ୟାତ ଗାଙ୍ଗଷ୍ଟର ବିକାଶ ଦୁବେର ମାଆ ଦେଲେ ବଡ଼ ବୟାନ। ୮ ପୋଲିସ କର୍ମଚାରୀଙ୍କୁ ହତ୍ୟା କରି ଫେରାର ଅଛି ବିକାଶ

1,022

କନକ ବ୍ୟୁରୋ : ଉତରପ୍ରଦେଶ କାନପୁରରେ ୮ଜଣ ପୋଲିସ ଅଧିକାରୀଙ୍କ ପ୍ରାଣହାନୀ ପରେ ଅଭିଯୁକ୍ତ ବିକାଶ ଦୁବେକୁ ଖୋଜୁଛି ପୋଲିସ । ଏହି ଘଟଣା ସାରା କାନପୁର ପୋଲିସ ଏବଂ ପ୍ରଶାସନର ନିଦ ହଜାଇ ଦେଇଛି । ବିକାଶ ଦୁବେର ତଥ୍ୟ ପ୍ରମାଣ ଯୋଗାଡ଼ କରିବା ପାଇଁ ୨୦ଟି ପୋଲିସ ଟିମ୍ ଛାନଭିନ୍ ଆରମ୍ଭ କରିଛନ୍ତି । ବିକାଶର ବିଠୁର ସିସ୍ଥ ବାସଭବନରେ ପ୍ରଶାସନ ଡ଼୍ରୋଜର ଲଗାଇ ଭଙ୍ଗାରୁଜା କରିଛି । ଅନ୍ୟପଟେ ବିକାଶର ମା’ ମଧ୍ୟ ତା ପୁଅକୁ ଏନକାଉଂଟର କରିଦିଅ ବୋଲି ପ୍ରତିକ୍ରିୟା ରଖିଛି ।

ମାଆ ଚାହୁଁଛି ପୁଅର ମୃତ୍ୟୁ । ଦୁର୍ଦାନ୍ତ ଅପରାଧୀ ପୁଅର ମୃତ୍ୟୁ ପାଇଁ ଜନ୍ମଦାତ୍ରୀର ବିକଳ ପ୍ରାର୍ଥନା । ଉତର ପ୍ରଦେଶର କୁଖ୍ୟାତ ଅପରାଧି ବିକାଶ ଦୁବେ । ତାଙ୍କ ନାଁରେ ରହିଛି ୬୦ରୁ ଅଧିକ ହତ୍ୟା, ଲୁଟ୍, ଅପହରଣ ଭଳି ସଙ୍ଗୀନ ମାମଲା । ଗତ ଗୁରୁବାର କାନପୁର ସୁଟଆଉଟରେ ୮ ପୁଲିସ କର୍ମୀଙ୍କୁ ହତ୍ୟା କରି ଫେରାର୍ ହୋଇ ଯାଇଛି ବିକାଶ ଆଉ ଏହି ଦୁର୍ଦ୍ଦାନ୍ତ ଅପରାଧିକୁ ଖୋଜୁଛି ପୁଲିସ । ସେପଟେ ବିକାଶଙ୍କ ମାଆଙ୍କ କହିଛନ୍ତି ମୋ ପୁଅକୁ ଏନକାଂଉଟର କରି ମାରିଦିଅ ।

ସେପଟେ ପୁଲିସ ମୃତ୍ୟୁର ସନ୍ଧାନ ଜାରି ରହିଛି । ଅଭିଯୁକ୍ତ ବିକାଶ ଦୁବେର ଫୋନ କଲ ଡିଟେଲସକୁ ଆଧାର କରି କିଛି ଲୋକଙ୍କୁ ପଚରା ଉଚରା ଜାରି ରଖିଛି । ୨୪ ଘଂଟା ଭିତରେ ବିକାଶ ଦୁବେ ସହ କଥା ହୋଇଥିବା ଲୋକଙ୍କୁ ପୁଲିସ ତଦନ୍ତ ପରିସରକୁ ଆଣିଛି । ଘଟଣାରେ ଚୌବେପୁର ଥାନା ଏସଏଚଓ ବିନୟ ତିୱାରୀକୁ ଗିରଫ କରି ଜେରା କରାଯାଉଛି । ଯେଉଁଭଳି ଭାବେ ଗୁରୁବାର ବିକାଶ ଦୁବେ ପୁଲିସ କର୍ମଚାରୀଙ୍କ ଉପରେ ଗୁଳି ବର୍ଷଣ କରିଥିଲା, ସେଥିରୁ ସ୍ପଷ୍ଟ ଆଭାସ ମିଳିଥିଲା ଯେ, ପୁଲିସ ଚଢାଉ ନେଇ ସେ ପୂର୍ବରୁ ଅବଗତ ଥିଲା ।

ବିକାଶର କଲ ରେକର୍ଡରୁ ମିଳିଥିବା ତଥ୍ୟ ଆଧାର ତିନି ଜଣ ପୁଲିସ କର୍ମଚାରୀଙ୍କ ନାଁ ସାମ୍ନାକୁ ଆସିଛି । ଏନେଇ ଅଧିକ ତଦନ୍ତ କରିବା ପରେ ଥାନା ଅଧିକାରୀ ବିନୟ ତିୱାରୀଙ୍କ ବିକାଶ ସହ ଘନିଷ୍ଠ ସଂପର୍କ ଥିବା ସ୍ପଷ୍ଟ ହୋଇଛି । ଅନ୍ୟପଟେ ଫେରାର ବିକାଶ ଦୁବେର ଟେର ପାଉନି ପୁଲିସ । ସେପଟେ କାନପୁର ପ୍ରଶାସନ ପକ୍ଷରୁ ବିକାଶ ଦୁବେର ବିଠୁର ସ୍ଥିତ ଘର ଭଙ୍ଗାଯାଇଛି । ସମ୍ପୃକ୍ତ ଅଂଚଳକୁ ଘେରି ରହିଛି ପୁଲିସ । ଆକ୍ରମଣ ଦିନ ବିକାଶ ବ୍ୟବହାର କରିଥିବା ଜେସିବି ସହାୟତାରେ ତା ଘର ତଡାଯିବା ସହ ସେଠାରେ ଗାଡିକୁ ମଧ୍ୟ ଭାଙ୍ଗି ଦିଆଯାଇଛି ।

ଅନ୍ୟପଟେ ଦେଶ ଛାଡି ନେପାଳକୁ ଖସିଯିବା ସମ୍ଭାବନା ଥିବାରୁ ନେପାଳ-ଭାରତ ସୀମାରେ ଆର୍ଲଟ ଜାରି କରାଯାଇଛି । ନେପାଳ ସହ ଦୀର୍ଘ ୧୨୦ କିଲୋମିଟର ଲମ୍ବା ସୀମା ରହିଛି । ଏହି ଅଂଚଳରେ ୪ଟି ଥାନା ମଧ୍ୟ ରହିଛି । ପ୍ରତ୍ୟେକ ଜାଗାରେ ଅଭିଯୁକ୍ତର ଫଟୋ ମାରି ସୀମାରେ ପୁଲିସକୁ ସତର୍କ ରହିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି ।