ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହତ୍ୟା ପାଇଁ ରଚିଥିବା ଷଡଯନ୍ତ୍ର ମାମଲାରେ ପୁଣେ ପୋଲିସ୍ ଦେଶର ୬ ଟି ରାଜ୍ୟରେ ଅପରେସନ୍ କରି ୫ ଜଣ ମାଓବାଦୀ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଛନ୍ତି । ଚଳିତ ବର୍ଷ ଜୁନ୍ ମାସରେ ଏହି ମାଓବାଦୀ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଥିଲା । ଅନ୍ୟପକ୍ଷେ କଂଗ୍ରେସ ଏବଂ ମାକପା ଏହାକୁ ନିନ୍ଦା କରିଛି ।
ପୁଣେ ପୋଲିସ୍ ମୁମ୍ବାଇ ସମେତ ଥାନେ, ଫରିଦାବାଦ୍, ରାଞ୍ôଚ, ଗୋଆ ଏବଂ ହାଇଦ୍ରାବାଦରେ ଛାପା ମାରି ଅଭିଯୁକ୍ତଙ୍କୁ ଗିରଫ କଲେ । ଏହି ମାମଲାରେ ହାଇଦ୍ରାବାଦରୁ ବାମପନ୍ଥୀ ନେତା ବରବରା ରାଓ,ଫରିଦାବାଦରୁ ଆଡଭୋକେଟ୍ ସୁଦ୍ଧା ଭରଦ୍ୱାଜ୍,ଦିଲ୍ଲୀରୁ ଗୌତମ ନବଲଖା,ମୁମ୍ବାଇରୁ ବର୍ଣ୍ଣନ ଗୋନ୍ସାଲ୍ୱିସ୍ ଏବଂ ଥାନେରୁ ଆଡଭୋକେଟ୍ ଅରୁଣ ପରେରାଙ୍କୁ ଗିରଫ କରାଯାଇଛି ।
ଗୋଆରୁ ଲେଖକ ତଥା ପ୍ରଫେସର ଆନନ୍ଦ ତେଲନ୍ତୁବଡେଙ୍କ ଘରୁ ତାଙ୍କ ଅନୁପସ୍ଥିତିରେ ଛାପ ମାରି ତାଙ୍କ କମ୍ପ୍ୟୁଟର ଏବଂ ପେନଡ୍ରାଇଭକୁ ଚେକ୍ କରଗଲା । ରାଞ୍ôଚରେ ଷ୍ଟେନ୍ ସ୍ୱାମୀଙ୍କ ଘରୁ ମଧ୍ୟ ଛାନଭିନ୍ କରାଯାଇଥିଲା ଏବଂ ଏହା ପରେ ର ୮୩ ବର୍ଷୀୟ ବାମପନ୍ଥୀ ବୁଦ୍ଧିଜୀବୀ ହାଇଦ୍ରାବାଦରୁ ବରବରା ରାଓଙ୍କ ସମେତ ତାଙ୍କ ସଂପର୍କୀୟଙ୍କ ଘରେ ମଧ୍ୟ ପୋଲିସ୍ ଛାନଭିନ୍ କରିଥିଲା ।
ଫରିଦାବାଦର ସୁରଜକୁଣ୍ଡ କ୍ଷେତ୍ର ଚାର୍ମବୁଡ୍ ଭିଲେଜ୍ ସୋସାଇଟିରେ ଭୀମା କୋରେଗାଁଓ ସୁଦ୍ଧା ଭରଦ୍ୱାଜ୍ ହିଂସା ମାମଲାରେ ଗିରଫ ହୋଇଥିବା ସୁଦ୍ଧା ଭରଦ୍ୱାଜଙ୍କୁ ରାତି ୧୧ ଟା ସମୟରେ ଗିରଫ କରାଗଲା । ତେବେ ଭୀମା କୋରେଗାଁଓ ହିସାଂ ପରେ ଏହି ମାମଲା ସାମ୍ମାକୁ ଆସିଥିଲା । ପ୍ରଥମେ ଜୁନ୍ ମାସରେ ୫ ଜଣଙ୍କୁ ଗିରଫ କରାଗଲା । ଦିଲ୍ଲୀରେ ରୋନା ବିଲସନଙ୍କ ଘରୁ ମିଳିଥିବା ପତ୍ରନାମାରେ ଏମ୍-୪ ରାଇଫଲ୍ ଏବଂ ଗୁଳି କିଣିବାକୁ ଆଠ କୋଟି ଟଙ୍କା ଆବଶ୍ୟକ ଥିବା କଥା ଚିଠିରେ ଦେଖିବାକୁ ମିଳିଥିଲା ଏବଂ ରାଜୀବ ଗାନ୍ଧିଙ୍କ ଭଳି ହତ୍ୟା କରାଯିବାକୁ ହୋଇଥିଲା ପ୍ଲାନିଙ୍ଗ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/08/Modi-4.jpg)
/kanak/media/post_attachments/wp-content/uploads/2018/08/rao-navlakah-300x168.jpeg)
/kanak/media/post_attachments/wp-content/uploads/2018/08/narendra-modi_660_060818091213-300x205.jpg)
/kanak/media/post_attachments/wp-content/uploads/2018/08/715953-varavara-rao-ians-300x169.jpg)