ବ୍ରହ୍ମଗିରିର ଶ୍ରୀକରପୁର ଗାଁରେ ଅଭାବନୀୟ କାଣ୍ଡ : ପ୍ରେମିକାକୁ ହତ୍ୟା କରି ପୋଖରୀ ହୁଡାରେ ପୋତିଦେଲା ପ୍ରେମିକ; ୫ଫୁଟ ତଳୁ ଗଳିତ ଶବ ଉଦ୍ଧାର

1,265

କନକ ବ୍ୟୁରୋ : ପ୍ରଥମେ ପ୍ରେମ , ତା ପରେ ପ୍ରତାରଣା ଓ ଶେଷରେ ହତ୍ୟା କରି ପ୍ରେମିକାକୁ ପୋଖରୀ ହୁଡାରେ ପୋତିଦେଲା ପ୍ରେମିକ । ଏଭଳି ଚାଂଚଲ୍ୟକର ଖବର ଆସିଛି ବ୍ରହ୍ମଗିରିର ଶ୍ରୀକରପୁର ଗାଁରୁ । ପୁଲିସ ଛାନଭିନ କରି ମାଟିତଳୁ ଗଳିତ ଶବକୁ ଉଦ୍ଧାର କରିଛି । ଖବର ଅନୁସାରେ, ଶ୍ରୀକରପୁର ଗାଁରେ ଜଣେ ୧୯ ବର୍ଷିଆ ଝିଅ ଗାଁର ସୁଜିତଙ୍କୁ ପ୍ରେମ କରୁଥିଲେ । ଉଭୟ ୪ ଦିନ ପୂର୍ବେ ଗାଁରୁ ଫେରାର ହୋଇଯାଇଥିଲେ । କିଛି ଦିନ ପରେ ସୁଜିତ ଗାଁରେ ବୁଲୁଥିବାବେଳେ ଲୋକେ ଝିଅକୁ ଦେଖିବାକୁ ପାଇନଥିଲେ । ସୁଜିତଙ୍କ ପରିବାରକୁ ଝିଅ ବିଷୟରେ ପଚାରିବା ପରେ ଚାଚଂଲ୍ୟକର ଖବର ପଦାକୁ ଆସିଥିଲା ।

ସୁଜିତଙ୍କ ଭାଇ ଗାଁ ଲୋକଙ୍କ ଆଗରେ ସ୍ୱୀକାର କରିଥିଲେ ସଂପୃକ୍ତ ଯୁବତୀଙ୍କୁ ହତ୍ୟା କରି ପୋଖରୀ ହୁଡାରେ ପୋତିଦେଇଛି ନିଜେ ସୁଜିତ । ଏ ନେଇ ସଂପୃକ୍ତ ଝିଅର ବାପା ପୁଲିସ ଆଗରେ ଅଭିଯୋଗ କରିଥିଲେ । ପରେ ପୁଲିସ ୫ ଫୁଟ ତଳୁ ଘଟଣାସ୍ଥଳରୁ ଝିଅର ମୃତଦେହ ଉଦ୍ଧାର କରିଛି । ହତ୍ୟାକାଣ୍ଡରେ ଆଉ କିଏ ସଂପୃକ୍ତ ସେ ନେଇ ତଦନ୍ତ ଜାରି ରହିଛି ।