କନକ ବ୍ୟୁରୋ : ତଞ୍ଜାନିୟାର କିଲି ପଲଙ୍କୁ କିଏ ବ ନଜାଣିଛି । ହିନ୍ଦି ସିନେମାର ଗୀତକୁ ନେଇ ରିଲ୍ସ କରି ଲୋକଙ୍କ ମନ ଜିତିଆସିଛନ୍ତି କିଲି ପଲ । ଏପରିକି ଇଂଷ୍ଟାଗ୍ରାମରେ ସେନସେସନ୍ ପାଲଟିଥିବା କିଲି ପଲ୍ ଭାରତୀୟ ରାଷ୍ଟ୍ରଦୂତଙ୍କ ଦ୍ୱାରା ସମ୍ମାନିତ ହେବା ସହିତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ‘ମନକୀ ବାତରେ’ କାର୍ଯ୍ୟକ୍ରମରେ ତାଙ୍କ ପ୍ରଶଂସା କରିଥିଲେ । ଆଉ ଏବେ ସେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଥିବା କିଲି ପଲଙ୍କ ଉପରେ ଜୋରଦାର ଆକ୍ରମଣ ହୋଇଛି । ମିଳିଥିବା ସୂଚନା ଅନୁସାରେ, ତାଙ୍କ ଉପରେ ୫ଜଣ ଦୁର୍ବୁତ୍ତ ଅତର୍କିତ ଆକ୍ରମଣ କରିଛନ୍ତି । ଠେଙ୍ଗା, ବାଡି ଏବଂ ଅନ୍ୟ ମାରଣାସ୍ତ୍ରରେ ମରଣାତକ ଆକ୍ରମଣ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ହାତରେ ଗଭିର ଆଘାତ ଲାଗିଛି ।
ଅନ୍ୟପଟେ ତାଙ୍କ ଭଉଣି ନିମା ପଲ ତାଙ୍କ ଇଂଷ୍ଟାଗ୍ରାମ୍ ଆଇଡିରେ ହସ୍ପିଟାଲ ବେଡରୁ ଭାଇର ଭିଡିଓ ସେୟାର କରିଛନ୍ତି । ଭାଇ ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବା ପାଇଁ ପ୍ରାର୍ଥନା କରିବାକୁ ପ୍ରଶଂସକଙ୍କ ନିକଟରେ ଅନୁରୋଧ କରିଛନ୍ତି । କିଲି ପଲ୍ ତାଙ୍କ ଭଉଣିଙ୍କ ଆକାଉଣ୍ଟରୁ ଏକ ପୋଷ୍ଟ କରିଛନ୍ତି । ସେ ତାଙ୍କ ପୋଷ୍ଟରେ ଭାବବିହୋଳ ହୋଇ ଲେଖିଛନ୍ତି, ମୋ ଉପରେ ୫ଜଣ ଲୋକ ଆକ୍ରମଣ କରିଛନ୍ତି । ମୋ ଡାହାଣ ହାତ ଏବଂ ଗୋଡରେ ଜୋରେ ଆଘାତ ଲାଗିଛି । ହାତର ଆଙ୍ଗୁଠିରେ ୫ଟି ଷ୍ଟିଜ୍ ପଡିଛି । ଭଗବାନଙ୍କ ଦୟାରୁ ମୁଁ ବଞ୍ଚିଯାଇଛି । ମୋ ପାଇଁ ପ୍ରାର୍ଥନା କରନ୍ତୁ ମୁଁ ଯେପରି ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବି ।
ତେବେ କିଲି ପଲ ତାଙ୍କର ନିଆରା ଅନ୍ଦାଜ ପାଇଁ ଆଜି ସେ ଲୋକଙ୍କ ନିକଟରେ ଅତି ପ୍ରିୟ ହୋଇପାରିଛନ୍ତି । ତାଙ୍କର ଗୋଟେ ଗୋଟେ ଭିଡିଓ ମିଲିୟନ୍ ମିଲିୟନ୍ ଭିୟୁଜ୍ ଯାଉଥିବା ବେଳେ ବଲିଉଡର ଅନେକ ପପୁଲାର ଗୀତରେ ରିଲ୍ସ ବନାଇ ଲୋକଙ୍କ ବେସ୍ ମନୋରଞ୍ଚନ କରିଛନ୍ତି । ତେଣୁ ଆଶା କରାଯିବ ସେ ଖୁବଶୀଘ୍ର ସୁସ୍ଥ ହୋଇ ପୁଣି ଇଂଷ୍ଟାଗ୍ରାମରେ ରିଲ୍ସ କରି ଲୋକଙ୍କ ମନୋରଞ୍ଜନ କରିବେ ।

Advertisment