ଗତ କିଛିଦିନ ମଧ୍ୟରେ କିକି ଚ୍ୟାଲେଞ୍ଜ ବିଷୟବସ୍ତୁଟି ପାଲଟିଯାଇଛି ଏକ ଜାତୀୟ ଚର୍ଚ୍ଚା। ଚଳନ୍ତା ଯାନରୁ ଗୀତରେ ନାଚି ନାଚି ବାହାରିବା ଏହି ଚ୍ୟାଲେଞ୍ଜର ମୁଖ୍ୟ କଥା। ଏହା ମଧ୍ୟରେ ଏହି ଖେଳ ଅନେକଙ୍କ ପ୍ରତି ବିପଦବି ସାବ୍ୟସ୍ଥ ହୋଇଛି। ଚ୍ୟାଲେଞ୍ଜକୁ ଆକ୍ସେପ୍ଟ କରିବା ପାଇଁ ଅନେକ ପିଲା ଦୁଃସାହସର ପରିଚୟ ଦେଇ ଦୁର୍ଘଟଣାର ଶିକାର ହେଉଛନ୍ତି। କେହି ଚଳନ୍ତା କାର୍ରୁ ନାଚି ନାଚି ଓହ୍ଲାଉଛନ୍ତି ତ କେହି ଚଳନ୍ତା ଟ୍ରେନ୍ରୁ। ଅବଶ୍ୟ ଏହି ଖେଳଟି ମାତ୍ର ଦିନ କେଇଟା ହେବ ବାହାରିଛି, ମାତ୍ର ଏହା ଆଜିକାର କଥା ନୁହେଁ। ବଲିଉଡ୍ରେ ପୂର୍ବରୁ ଅନେକ ଚଳଚ୍ଚିତ୍ରରେ ଏପରି ଦୃଶ୍ୟ ପ୍ରଦର୍ଶିତ ହୋଇଛି।
😭😭😭 #KikiChallengepic.twitter.com/1iU2TuI71T
— Vigilante (@famousaunty) August 2, 2018
‘ସଦ୍ମା’ ଚଳଚ୍ଚିତ୍ରରେ ଶ୍ରୀଦେବୀ ଟ୍ରେନ୍ରେ ବସିଥିବା ସମୟରେ କମଲ ହସନ ଚଳନ୍ତା ଟ୍ରେନ୍ ସହ ଦୌଡ଼ି ଦୌଡ଼ି ଯାଇ ତାଙ୍କୁ ଅଟକାଇବାର ପ୍ରୟାସ କରୁଥିବାର ଏକ ଦୃଶ୍ୟ ରହିଛି। ଯାହାର କିକି ଚ୍ୟାଲେଞ୍ଜ ସହ ସମାନତା ରହିଛି।
KAJOL DID IT BEFORE IT WAS COOL.#kikichallenge#kikichallengeindiapic.twitter.com/Of1xK2V8l6
— Akram 🇮🇳 (@akramismm) August 1, 2018
‘ଡିଡିଏଲଜେ’ ଚଳଚ୍ଚିତ୍ରର ସବୁଠାରୁ ଆକର୍ଷଣୀୟ ଦୃଶ୍ୟଟି ତ ଆପଣଙ୍କର ମନେଥିବ ନିଶ୍ଚୟ। ଅଭିନେତ୍ରୀ କାଜଲ୍ ଟ୍ରେନ୍ ମିସ୍ କରିଦେବା ପରେ ଚଳନ୍ତା ଟ୍ରେନ୍କୁ ଚଢ଼ିବାକୁ ଚେଷ୍ଟା କରି ଦୌଡୁଥିବା ଅବସ୍ଥାରେ ତାଙ୍କ ହାତ ଧରି ଟ୍ରେନ୍କୁ ଚଢ଼ାଇବାକୁ ସାହାଯ୍ୟ କରିଥିଲେ ଶାହାରୁଖ।
@BeingSalmanKhan did it in his own swag even before Drake!#KikiChallenge#kikichallengeindia#KIKIDOYOULOVEME#Kikidoyoulovemechallenge#InMyFeelingsChallengepic.twitter.com/WTPtmmxWyn
— Ramesh Sharma (◕‿◕) (@reshuforyou05) August 2, 2018
ସେହିପରି ସଲମାନ ମଧ୍ୟ ତାଙ୍କର ଏକ ଚଳଚ୍ଚିତ୍ରରେ ନାୟିକାଙ୍କୁ ଅନୁକରଣ କରି କରି ନାୟିକା ସିଟି ବସ୍ରେ ବସିଥିବା ବେଳେ ସେ କଡ଼ରେ ଚାରିଚକିଆ ଯାନ ଚଳାଇ ଗୀତ ଗାଇ ଗାଇ ଯାଉଥିବାର ଏକ ଦୃଶ୍ୟ ରହିଛି।
ଏହାବ୍ୟତୀତ ଅଶୀ ଦଶକର ଏକ ସୁପରହିଟ୍ ଚଳଚ୍ଚିତ୍ରକ୍ଷରେ ଅଭିନେତା ରାଜେଶ ଖାନ୍ନା ଅଭିନେତ୍ରର ସର୍ମିଲା ଟାଗୋର ବସିଥିବା ଗାଡ଼ିକୁ ଅନୁକରଣ କରି ନିଜେ ଗାଡ଼ି ଚଳାଇ ଗୀତ ଗାଇ ଗାଇ ଯାଉଥିବାର ଏକ ଦୃଶ୍ୟ ପ୍ରଦର୍ଶିତ କରାଯାଇଥିଲା।
ଏମାନଙ୍କ ବ୍ୟତୀତ ଧର୍ମେନ୍ଦ୍ର, ରିତେଶ ଦେଶମୁଖ ଆଦି ଅଭିନେତାମାନେ ମଧ୍ୟ କିକିଚ୍ୟାଲେଞ୍ଜର ସାମ୍ନା କରି ସାରିଛନ୍ତି। ସେ ସମୟର ପୁରୁଣା ଭିଡିଓକୁ ସବୁ ଏବେ ସୋସିଆଲ୍ ମିଡିଆରେ କିକି ଚ୍ୟାଲେଞ୍ଜ ସହ ତୁଳନା କରି ଭିଡିଓ ଭାଇରାଲ୍ କରୁଥିବାର ଦେଖିବାକୁ ମିଳୁଛି।