କନକ ବ୍ୟୁରୋ : ଅଲିମ୍ପିକ୍ସ ଟିକେଟ୍ ପାଇବା ପରେ ଓଡ଼ିଶା ଫେରିଛନ୍ତି ଓଡ଼ିଆ ଆଥଲେଟ୍ ଦୂତୀ ଚାନ୍ଦ । ଆଜି କିଟ୍ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ସାମିଲ ହୋଇ ଦୂତୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।
୧୦୦ ଓ ୨୦୦ ମିଟର ମହିଳା ବର୍ଗ ଦୌଡ଼ରେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି ଦୂତୀ । ଅଲିମ୍ପିକ୍ସ ଯୋଗ୍ୟତାର ୧୦୦ ମିଟର ଦୌଡରେ ଦୂତୀଙ୍କ Rank ବିଶ୍ୱରେ ୪୪ ଓ ୨୦୦ ମିଟର ଦୌଡରେ ୫୧ ରହିଛି । ଏହାକୁ ଆଧାର କରି ତାଙ୍କୁ ଟୋକିଓ ଟିକେଟ ମିଳିଛି । ଟୋକିଓରେ ଦୌଡି ପଦକ ଆଣିବା ପାଇଁ ଆଶା ରଖିଛନ୍ତି ଦୂତୀ । ଏଥିପାଇଁ ରାଜ୍ୟ ଓ ଦେଶବାଶୀଙ୍କ ଆଶୀର୍ବାଦ କାମନା କରିଛନ୍ତି । ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ପ୍ରଥମେ ଯୋଗ୍ୟତା ଅର୍ଜନ କରି ଦେଶରେ ଚର୍ଚ୍ଚାକୁ ଆସିଥିଲେ ଦୂତୀ । ସେତେବେଳେ କେବଳ ହିଟସରେ ହିଁ ସୀମିତ ରହିଯାଇଥିଲେ । କିନ୍ତୁ ଏଥର ଅଧିକ ଭଲ ପ୍ରଦର୍ଶନ ସହିତ ଦୂତୀ ଅଲିମ୍ପିକରେ ଦେଶ ପାଇଁ ଗୌରବ ଆଣିବେ ବୋଲି ଆଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/08/vlcsnap-2016-08-12-20h20m24s494-1.png)