କିଟ କଲେଜରେ ଛାତ୍ର ଅଶାନ୍ତି : ଛାତ୍ରଗୋଷ୍ଠୀ ମଧ୍ୟରେ ପ୍ରବଳ ମାଡପିଟରେ ୧୫ ଗୁରୁତର ଆହତ

କିଟ୍ ଲ’ କଲେଜରେ ଉତେଜନା

168

କନକ ବ୍ୟୁରୋ : କିଟ୍ ଲ’ କଲେଜରେ ଉତେଜନା । କମେଂଟମରାକୁ କେନ୍ଦ୍ର କରି ଗତ ସନ୍ଧ୍ୟାରେ କିଟ୍ ଲ କଲେଜରେ ତୁମୁଳକାଣ୍ଡ ଘଟିଛି । ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ପ୍ରବଳ ମାଡପିଟ୍ ହେବାରୁ ଏଥିରେ ୧୫ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି । ଅପରପକ୍ଷେ କଲେଜ କର୍ତୁପକ୍ଷ ଓ ପୁଲିସର ହସ୍ତକ୍ଷେପ ପରେ ବି ଉତେଜନା ନଥମିବାରୁ ଓ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗିରହିଛି ।

 

୨ଦିନ ତଳେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ଜଣେ ତୃତୀୟ ବର୍ଷର ଛାତ୍ର କମେଂଟ ମାରିଥିଲେ । ଏହାକୁ ନେଇ ୨ଦିନ ଧରି କ୍ୟାମ୍ପସରେ ଉତେଜନା ଲାଗି ରହିଥିଲା । କତୁପକ୍ଷଙ୍କ ହସ୍ତକ୍ଷେପ ଫଳରେ ଦୁଇ ପକ୍ଷଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା । କିନ୍ତୁ ଗତ ସନ୍ଧ୍ୟାରେ ପୁଣି ଥରେ ସେହି ପୂର୍ବ ଘଟଣାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ହାତାହତି ହୋଇଥିଲେ । କର୍ତୁପକ୍ଷ କହିଛନ୍ତି ଦୋଷୀ ଛାତ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।