ଏହି ଗାଁରେ କେବଳ ମହିଳା ରୁହନ୍ତି ! ଘର ଚଳାଇବାଠୁ ନେଇ ଅନ୍ତିମ ସଂସ୍କାର ସବୁ କାମ କରନ୍ତି ମହିଳା, ଜାଣନ୍ତୁ ପୂରା ଖବର

202

କନକ ବ୍ୟୁରୋ : ପୁରୁଷ ପ୍ରଧାନ ସମାରେ ଯେଉଁଠି କିଛି ଲୋକ ମହିଳାଙ୍କୁ ଛୋଟ ବୋଲି ମାନିଥାନ୍ତି । ଘର ସମ୍ଭାଳିବା ପାଇଁ ମହିଳା ଉପଯୁକ୍ତ ବୋଲି ଭାବିଥାନ୍ତି, ଚାକିରି ବାକିରି ନକରି ମହିଳା ଘରେ ରହିବା ଉଚିତ୍ ବୋଲି ଭାବିଥାନ୍ତି, ସେହିଭଳି ଲୋକଙ୍କ ମୁହଁରେ ତାଲା ପକାଇବ ଏକ ଦେଶର ଏହି ଖବର ।
ଏଷ୍ଟୋନିଆ ଦେଶରେ ଏକ ଗାଁ ରହିଛି ଯେଉଁଠାରେ ୯୦ ପ୍ରତିଶତ ମହିଳା ରହିଛନ୍ତି । ଏଷ୍ଟୋନିଆର କିହନୁ ଦ୍ୱିପପୁଞ୍ଜ ରହିଛି ଯାହାର ଦାୟିତ୍ୱ ମହିଳାଙ୍କ ହାତରେ ନ୍ୟସ୍ତ । ଏହି ଦ୍ୱିପପୁଞ୍ଜଟି ମହିଳା ଆଇଲ୍ୟାଣ୍ଡ ଭାବେ ମଧ୍ୟ ପରିଚିତ । ଏହି ଦ୍ୱିପପୁଞ୍ଜରେ ପାଖାପାଖି ୩ଶହ ଲୋକ ବାସ କରନ୍ତି । ୩ଶହ ଲୋକଙ୍କ ମଧ୍ୟରେ ଅଧିକାଂଶ ମହିଳା ରହିଛନ୍ତି । ଏଠାରେ ଆପଣ ଭାବୁଥିବେ ଯଦି ୯୦ ପ୍ରତିଶତ ମହିଳା ଏହି ଦ୍ୱିପରେ ରହୁଛନ୍ତି ତାହେଲେ ପୁରୁଷମାନେ ଗଲେ କୁଆଡେ, କଣ ଏହି ମହିଳାମାନେ ଅବିବାହିତ? ଏହି ଖବର ପଢିବା ପରେ ମନରେ ଏଭଳି ପ୍ରଶ୍ନ ଆସିବା ସ୍ୱାଭାବିକ କଥା । ତେବେ ଆସନ୍ତୁ ଜାଣିବା ପୂରା ଘଟଣା କଣ ।
ଏହି ଦ୍ୱିପରେ ରହୁଥିବା ମହିଳାଙ୍କ ସ୍ୱାମୀ ଚାକିରି କରିବା ପାଇଁ ଏଷ୍ଟୋନିଆର ଅନ୍ୟ ସହରରେ ରୁହନ୍ତି । କେବଳ ଏହି କାରଣ ପାଇଁ ଏହି ଦ୍ୱିପରେ ମହିଳାମାନେ ରହିଯାଆନ୍ତି । କିନ୍ତୁ ଘରେ ପୁରୁଷ ନଥିବାର ପ୍ରଭାବ ଏମାନଙ୍କ ଉପରେ ପଡେନାହିଁ । ସାଧାରଣ ଲୋକଙ୍କ ଭଳି ଏହି ମହିଳାମାନେ ପର୍ବପର୍ବଣୀ ବେସ୍ ଧୁମଧାମରେ ପାଳନ କରନ୍ତି । କେବଳ ଏତିକି ନୁହେଁ ପୁରୁଷଙ୍କ ରୋଜଗାର ଉପରେ ନିର୍ଭର ନକରି ଏଠାକାର ମହିଳା ଅନ୍ୟାନ୍ୟ କାର୍ଯ୍ୟ କରି ରୋଜଗାର ମଧ୍ୟ କରନ୍ତି । ବିବାହ କାର୍ଯ୍ୟ ହେଉ କି ଅନ୍ତିମ ସଂସ୍କାର ସବୁକିଛି ଏଠାକାର ମହିଳାମାନେ ହିଁ କରିଥାନ୍ତି ।
କୁହାଯାଏ ସୋଭିଏତ୍ ସଂଘ ଏହି ଦ୍ୱିପକୁ ପ୍ରାୟ ୫୦ ବର୍ଷ କାଳ ନିଜ କବଜାରେ ରଖିଥିଲେ । ଆଉ ତାପରଠୁ ଏହି ଦ୍ୱିପରେ ମହିଲାଙ୍କ ଦବଦବା ଚାଲିଆସୁଛି । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଯୁବପୀଢି ବାହାରକୁ ଯାଇ ପାଠ ପଢି ଚାକିରି କରୁଛନ୍ତି । ତେଣୁ ଧିରେ ଧିରେ ଏହି ଦ୍ୱିପର ପରମ୍ପରା କ୍ଷୟ ହେବାରେ ଲାଗିଛି