ଆଇପିଏଲ ଭିତରେ ପୋଲାର୍ଡଙ୍କ ବଡ ନିଷ୍ପତ୍ତି: ଅନ୍ତର୍ଜାତୀୟ କ୍ରିକେଟରୁ ନେଲେ ଅବସର

218

କନକ ବ୍ୟୁରୋ: ଆଇପିଏଲ ଚାଲିଥିବା ବେଳେ ଏକ ବଡ ନିଷ୍ପତ୍ତି ନେଇଛନ୍ତି କିରନ ପୋଲାର୍ଡ । ୱେଷ୍ଟଇଣ୍ଡିଜର ଏହି ଷ୍ଟାର କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୧୫ ବର୍ଷର ଲମ୍ବା କ୍ରିକେଟ କ୍ୟାରିୟର ପରେ ଏବେ ଏଥିରେ ବିଶ୍ରାମ ନେଇଛନ୍ତି ପୋଲାର୍ଡ । ସେ ନିଜ ଇନଷ୍ଟାଗ୍ରାମ ଓ ଟ୍ୱିଟରରେ ଏନେଇ ସୂଚନା ଦେଇଛନ୍ତି ।

କିରନ ପୋଲାର୍ଡ ପୋଷ୍ଟ କରି ଲେଖିଛନ୍ତି, ବହୁତ ଚିନ୍ତା କରିବା ପରେ ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପାଇଁ ନିଷ୍ପତ୍ତି ନେଇଛି । ଅନେକ ଯୁବକଙ୍କ ଭଳି ମୋର ବି ଇଚ୍ଛା ଥିଲା ୱେଷ୍ଟଇଣ୍ଡିଜ ପାଇଁ କ୍ରିକେଟ ଖେଳିବା ଥିଲା । ମୁଁ ଗର୍ବର ସହ କହୁଛି ୧୫ ବର୍ଷ ଧରି ମୁଁ ୱେଷ୍ଟଇଣ୍ଡିଜ ପାଇଁ କ୍ରିକେଟ ଖେଳିଛି ।

ଟି-୨୦ କ୍ରିକେଟର ଲିଜେଣ୍ଡ କୁହାଯାଇଥିବା ୩୪ ବର୍ଷିୟ ପୋଲାର୍ଡ ୱେଷ୍ଟଇଣ୍ଡିଜ ପାଇଁ ୧୨୩ଟି ଦିନିକିଆ ମ୍ୟାଚ ଖେଳିଛନ୍ତି, ସେହିପରି ୧୦୧ ଟି-୨୦ ମ୍ୟାଚ ବି ଖେଳିଛନ୍ତି । ଦିନିକିଆରେ ପୋଲାର୍ଡ ୨୭୦୬ ରନ କରିଥିବା ବେଳେ ଟି-୨୦ରେ ୧୫୬୯ ରନ କରିଛନ୍ତି । ଏବେ ପୋଲାର୍ଡ ମୁମ୍ବାଇ ପାଇଁ ଆଇପିଏଲ ଖେଳୁଛନ୍ତି ।