ଜନ୍ମଦିନରେ ପୁରସ୍କାର ମିଳିଲା, ଫାଇନ୍ ମଧ୍ୟ ଗଣିବାକୁ ପଡିଲା । ଫାଇନାଲରେ ପଡିଆ ମଝିରେ ପୋଲାର୍ଡ କଲେ ଲଜ୍ୟାଜନକ ବ୍ୟବହାର, ଦେଖନ୍ତୁ ଭିଡିଓ

Advertisment
ଜନ୍ମଦିନରେ ପୁରସ୍କାର ମିଳିଲା, ଫାଇନ୍ ମଧ୍ୟ ଗଣିବାକୁ ପଡିଲା । ଫାଇନାଲରେ ପଡିଆ ମଝିରେ ପୋଲାର୍ଡ କଲେ ଲଜ୍ୟାଜନକ ବ୍ୟବହାର, ଦେଖନ୍ତୁ ଭିଡିଓ

ଆଇପିଏଲ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଅଲରାଉଣ୍ଡର କିରଣ ପୋଲାର୍ଡ ନିଜର ଧୂଆଁଧାର ବ୍ୟାଟିଂ ବଳରେ ସମସ୍ତଙ୍କର ମନ ଜିଣିଥିଲେ ମଧ୍ୟ ନିଜର ବ୍ୟବହାର ପାଇଁ ବିବାଦ ଘେରକୁ ଚାଲି ଆସିଛନ୍ତି । ଜନ୍ମଦିନରେ ଦଳକୁ ଚାମ୍ପିୟନ କରିଥିବା ପୋଲାର୍ଡଙ୍କୁ ଜରିମାନା ମଧ୍ୟ ଗଣିବାକୁ ପଡିଛି । ପଡିଆ ମଧ୍ୟରେ ପୋଲାର୍ଡ ଏଭଳି ହରକତ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ଫାଇନ ଦେବାକୁ ପଡିଛି । ଆଉ ଏହାସହ କ୍ରିକେଟର ନିୟମ ପାଳନ କରିବାକୁ ଅମ୍ପାୟାରଙ୍କ ପକ୍ଷରୁ ଚେତାବନୀ ମଧ୍ୟ ମିଳିଛି ।

ମୁମ୍ବାଇର ବ୍ୟାଟିଂ ଇନିଂସର ଶେଷ ଓଭରର ତୃତୀୟ ବଲକୁ ଅମ୍ପାୟାର ୱାଇଡ ନ ଦେବାରୁ ନାରାଜ ହୋଇଥିଲେ ପୋଲାର୍ଡ । ଭିଡିଓରେ ବଲଟି ୱାଇଡ ଥିବା ସ୍ପଷ୍ଟ ଜଣାପଡୁଥିଲେ ମଧ୍ୟ ଅମ୍ପାୟାର ଏହାକୁ ୱାଇଡ ଦେଇନଥିଲେ । ଅମ୍ପାୟାରଙ୍କ ଏହି ନିଷ୍ପତିରେ ନାରାଜ ଥିବା ପୋଲାର୍ଡ କିଛି କହିନଥିଲେ ମଧ୍ୟ ନିଜ ବ୍ୟାଟକୁ ଉପରକୁ ଫୋଫାଡି ନିଜର ରାଗ ଦର୍ଶାଇଥିଲେ ।

publive-imageଏହାର ପରବର୍ତ୍ତୀ ବଲ ବ୍ରାଭୋ ପକାଇବା ପୂର୍ବରୁ ପୋଲାର୍ଡ ଅଫ ଷ୍ଟମ୍ପର ବହୁତ ବାହାରେ ଛିଡା ହୋଇଥିଲେ । ବ୍ରାଭୋ ରନଅପ ନେବା ଆରମ୍ଭ କରିବା ପରେ ପୋଲାର୍ଡ ପିଚ୍ ଏରିଆରୁ ବାହାରକୁ ଚାଲି ଯାଇଥିଲେ । ପୋଲାର୍ଡଙ୍କ ଏଭଳି ଆଚରଣ ପାଇଁ ଦୁଇ ଅମ୍ପାୟାର ତାଙ୍କୁ ଡାକି ଆଲୋଚନା କରିବା ସହ କ୍ରିକେଟର ନିୟମ ଭାଙ୍ଗୁଥିବା ଦର୍ଶାଇଥିଲେ । ଯେଉଁଥିପାଇଁ ପୋଲାର୍ଡଙ୍କୁ ଆଇପିଏଲର କୋର୍ଡ ଅଫ୍ କଣ୍ଡକ୍ଟର ଲେବଲ ୧ ଅନୁଯାୟୀ ଦୋଷୀ କରାଯିବା ସହ ଜରିମାନା ବାବଦକୁ ମ୍ୟାଚ୍ ଫିର ୨୫ ପ୍ରତିଶତ କଟାଯାଇଛି ।

ଏହାପୂର୍ବରୁ ଜନ୍ମଦିନରେ ଜବରଦସ୍ତ ଇନିଂସ ଖେଳିଥିଲେ ପୋଲାର୍ଡ । ଫାଇନାଲରେ ମୁମ୍ବାଇକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇବା ସହ ଧୂଆଁଧାର ବ୍ୟାଟିଂ କରିଥିଲେ ପୋଲାର୍ଡ । ଫାଇନାଲ ମ୍ୟାଚରେ ମାତ୍ର ୨୫ଟି ବଲରୁ ୩ ଚୌକା ଓ ୩ ଛକା ବଳରେ ୪୧ ରନର ବଡ ଇନିଂସ ଖେଳିଥିଲେ ପୋଲାର୍ଡ । ଜରିମାନା ବାବଦକୁ ମ୍ୟାଚ ଫିର ୨୫ ପ୍ରତିଶତ କଟିଥିଲେ ମଧ୍ୟ ସିଜିନର ବେଷ୍ଟ କ୍ୟାଚ ଧରିଥିବା ପୋଲାର୍ଡଙ୍କୁ ପୁରସ୍କାର ବାବଦକୁ ୧ ଲକ୍ଷ ଟଙ୍କା ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe