କାଶ୍ମୀରକୁ ନେଇ ଭାରତ ପାକ୍ ମଧ୍ୟରେ ତିକ୍ତତା ଚାଲିଥିବା ବେଳେ କାଶ୍ମୀର ସ୍କୁଲ ପିଲା ଗାଇଲେ “ହିନ୍ଦୁସ୍ତାନ ହେ ହମାରା ବତନ୍” । ଭାଇରାଲ୍ ହେଲା ଭିଡିଓ

287

ଦେଶରେ ଗୋଟେ ପଟେ ନିର୍ବାଚନୀ ଚର୍ଚ୍ଚା ଲାଗି ରହିଥିବା ବେଳେ ଅନ୍ୟ ପଟେ କାଶ୍ମୀରକୁ ନେଇ ବିତର୍କ ଜାରି ରହିଛି । ଏ ମଧ୍ୟରେ କାଶ୍ମୀର ସ୍କୁଲ ଛାତ୍ରୀମାନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହା ବିତର୍କ କରୁଥିବା ଲୋକମାନଙ୍କୁ ଅନେକ କିଛି ଶିଖାଇବ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । ଭିଡିଓକୁ ଭାରତୀୟ ସେନାର ନର୍ଥ କମାଣ୍ଡର ଜଣେ ଯବାନ ନିଜ ଟୁଇଟର ଆକାଉଣ୍ଟରେ ଟୁଇଟ୍ କରିବା ପରେ ଭିଡିଓଟି ଭାଇରାଲ ହୋଇଥିଲା ।

ଭିଡିଓଟି କଶ୍ମୀରର କେଉଁ ସ୍ଥାନର ବୋଲି ସ୍ପଷ୍ଟ ହୋଇ ନ ଥିବା ବେଳେ ଭିଡିଓରେ କିଛି ସ୍କୁଲ ଛାତ୍ରୀ ହାତରେ ଭାରତୀୟ ଜାତୀୟ ପତାକା ଧରି ଗୀତ ଗାଉଥିବା ଦେଖା ଯାଇଛି । “ହିନ୍ଦୋସ୍ତାନ ହୈ ହମାରା ବତନ । ମୋହବତ୍ ଭି ଅଖୋଁ କା ତାରା ବତନ । ହମାରା ବତନ । ଦିଲ୍ ସେ ପ୍ୟାରା ବତନ । ହିନ୍ଦୋସ୍ତାନ ହୈ ହମାରା ବତନ” ବୋଲି ଗାଉଥିବା ଭିଡିଓରେ ଦେଖାଯାଇଛି । ଏହାକୁ ଟୁଇଟ୍ କରି ଭାରତୀୟ ସେନାର ନର୍ଥ କମାଣ୍ଡ, “କୁଛ୍ ନଶା ତ୍ରିରଙ୍ଗା କା ଆନ୍ କା ହୈ । କୁଛ୍ ନଶା ମାତୃଭୂମି କା ଶାନ୍ କା ହୈ । ହମ୍ ଲହରାଏଙ୍ଗେ ହର୍ ଜଗା ୟେ ତ୍ରିରଙ୍ଗା, ନଶା ୟେ ହିନ୍ଦୋସ୍ତାନ କି ଶାନ କା ହୈ” ବୋଲି ଲେଖିଥିଲେ ।