ପୁଅକୁ ବଂଚାଇବାକୁ ମାଆର ଝୁଙ୍କ୍ । ପରିଣତ ବୟସରେ ପୁଅକୁ କିଡନୀ ଦେବାକୁ ପ୍ରସ୍ତୁତ ମା’, ହେଲେ ଅପରେଶନ ପାଇଁ ଅର୍ଥ ସାଜିଛି ବାଧକ

95

କନକ ବ୍ୟୁରୋ : ଦୁନିଆରେ ମାଆର ସ୍ଥାନ ସବୁଠି ଉପରେ । ମାଆର ସ୍ନେହ ଆଗରେ ସବୁ କିଛି ତୁଚ୍ଛ । ନିଜ ସନ୍ତାନ ପାଇଁ ମାଆ ସବୁ ପରିସ୍ଥିତିକୁ ସାମନା କରିବାକୁ ପ୍ରସ୍ତୁତ ଥାଏ । ଏପରିକି ନିଜ ଜୀବନ ଦେବାକୁ ବି କୁଣ୍ଠାବୋଧ ହୁଏନି । ସେହିଭଳି ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଡେରାବିଶ ମଙ୍ଗରାଜପୁରର ଗାଁରେ । ଗାଁର ଏହି ମହିଳା ଜଣକ ହେଉଛନ୍ତି ଭଗବତୀ ଦାସ । ବଡ ହସଖୁସିରେ ଚଳୁଥିଲା ତାଙ୍କ ପରିବାର । ହେଲେ ତାଙ୍କ ଜୀବନରେ ବହିଯାଇଛି ଅଦନି ଝଡ । ଘର ଚଳାଉଥିବା ମୁରବୀ ପୁଅ ଧନଂଜୟ ଦାସ ତାଙ୍କର ଶଯ୍ୟାଶାୟୀ । ଦୁଇ ଦୁଇଟି କିଡନୀ ନଷ୍ଟ ହୋଇଯାଇଥିବା ବେଳେ ପୁଅକୁ ବଂଚାଇବାକୁ ମାଆ ହୋଇଛି ଆଗଭର । ନିଜ କିଡନୀ ଦେବାକୁ ମାଆ ପ୍ରସ୍ତୂୁତ ହାଇଛି । କୌଣସି ମତେ ନିଜ କିଡନୀ ଦେଇ ପୁଅକୁ ବଂଚାଇବା ଜିଦରେ ମା’ ଭଗବତୀ । ହେଲେ କିଡନୀ ପ୍ରତିରୋପଣ କରିବାକୁ ଦରକାର ଅର୍ଥ । ଅଭାବ ଭିତରେ ରହିଥିବା ପରିବାର ଅର୍ଥ ଯୋଗାଡ କରିବାର ଅକ୍ଷମ ଥିବା ବେଳେ ଏବେ କିଛି ସାହାଯ୍ୟ ଆଶାରେ ରହିଛି ଅସହାୟ ମାଆ ।

ପରିଣତ ବୟସରେ ବି ମାଆ ଆଗଭର ହୋଇଛି ପୁଅକୁ କିଡନୀ ଦେଇ ବଂଚାଇବାକୁ । ପୁଅକୁ କିଡନୀ ଦେବ ଅନ୍ୟ ପଟେ ଠାକୁରଙ୍କ ପାଖରେ ଗୁହାର କରିିଛି ମାଆ, ପ୍ରଭୁ ମୋ ପୁଅକୁ ଭଲ କରିଦିଅ । ଅର୍ଥ ଅଭାବ ଯୋଗୁ ଚିନ୍ତାରେ ପଡିଛି ପରିବର । ସବୁଠି ଆକୁଳ ନିବେଦନ କିଛି ସାହାଯ୍ୟ ସହଯୋଗ କରିବାକୁ । କିି ଅର୍ଥ ଯୋଗାଡ ହୋଇପାରିଲେ ତାଙ୍କର କିଡନୀ ପ୍ରତିରୋପଣ ହୋଇପାରିବ ।

ଅଭାବ ଭିତରେ ରହୁଥିବା ପରିବାରକୁ କିଛି ସାହାଯ୍ୟ ସହଯୋଗ କରିପାରିଲ ଖୁବଶିଘ୍ର ଧନଂଜୟଙ୍କର କିଡନୀ ପ୍ରତିରୋପଣ ହୋଇପାରିବ । ଆଉ ତାଙ୍କୁ ଏକ ନୂଆ ଜୀବନ ମିଳିପାରିବ ।