କନକ ବ୍ୟୁରୋ : ଗାଁରେ ବଢୁଛି ଭୟ । ଦିନକୁ ଦିନ କିଡନୀ ରୋଗୀଙ୍କ ସଂଖ୍ୟା ବଢିଚାଲିଥିବା ବେଳେ କିଛି ରୋଗୀଙ୍କର ମୃତ୍ୟୁ ହେଲାଣି । ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଳକ ଉପାନ୍ତ ଅଂଚଳରେ ଥିବା ହାତୀପାହୁଲ ଗାଁରେ ଏନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ଗାଁର ଲୋକମାନେ । ଗାଁରେ ପ୍ରାୟ ୪ଶହରୁ ଅଧିକ ଲୋକ ବସବାସ କରୁଛନ୍ତି । ଅନେକ ସମସ୍ୟା ଭିତାର ଲୋକମାନେ ରହୁଥିବା ବେଳେ ଏବେ କିଡନୀ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରାୟ ୨ବର୍ଷ ମଧ୍ୟରେ ଗାଁର ପ୍ରାୟ ୭ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଏବେ ସୁଦ୍ଧା ଗାଁରେ ୨୦ରୁ ଅଧିକ ଆକ୍ରାନ୍ତ ରହିଥିବା ଜଣାପଡିଛି । କିଡନୀ ରୋଗୀଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଗାଁର ଲୋକ ଭିଟାମାଟି ଛାଡିବାକୁ ବାଧ୍ୟ ହେଉଛନ୍ତି । ପେଟପାଟଣା ପାଇଁ ସଂଘର୍ଷ କରୁଥିବା ଗାଁର ଲୋକଙ୍କ ପାଇଁ ଚିକିତ୍ସା ବି ସମ୍ଭବ ହୋଇପାରୁନି । କ୍ବାକ ମାନଙ୍କ ଆଣ୍ଟିବାୟୋଟିକ୍ ଉପରେ ଭରସାକରିୁ ଚଳୁଛନ୍ତି । ସମସ୍ୟା ନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନି ।
ଉପାନ୍ତ ଅଂଚଳରେ କିଡନୀ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ପିଇବାକୁ ପାଣି ମୁନ୍ଦାଏ ଲୋକଙ୍କୁ ମିଳୁନଥିବା ବେଳେ .ଯେଉଁ କିଛି ଦୂଷିତ ପାଣି ମୁନ୍ଦାଏ ମିଳୁଛି ସେହି ଦୂଷିତ ପାଣିକୁ ପିଉଛନ୍ତି ଲୋକମାନେ । ରୋଗ ବୃଦ୍ଧି ପାଇଁ ପାଣିକୁ ଦାୟୀ କରାଯାଉଛି । ହେଲେ ରୋଗ ବଢୁଥିବାର ସଠିକ କାରଣ କିନ୍ତୁ ଜଣାପଡିନି । କିଡନୀ ରୋଗୀଙ୍କ ସଂଖ୍ୟା ବଢି ବଢି ଚାଲିଛି। ଗାଁ ଦାଣ୍ଡ ଧୀରେ ଧୀରେ ଜନଶୂନ୍ୟ ହୋଇପଡୁଛି । ସେପଟେ ଲୋକଙ୍କ ମାନଙ୍କୁ ସଚେତନ କରାଯାଇ ଯାହା ବ୍ୟବସ୍ଥା କରିବାକୁ ମିଳିଛି ପ୍ରତିଶ୍ରୁତି ।
ଦିନକୁ ଦିନ କିଡନୀ ରୋଗରେ ଆକ୍ରାନ୍ତ ହୋଇ ରୋଗୀଙ୍କ ସଂଖ୍ୟା ବଢି ବଢି ଚାଲିଛି । ତେଣୁ ଏଥିପ୍ରତି ଗୁରୁତ୍ବ ଦେଇ ଚିକିତ୍ସା କରାଯିବା ଜରୁରୀ ହୋଇପଡିଛି ।