କନକ ବ୍ୟୁରୋ: କିଡନୀ କେଳେଙ୍କାରୀର କିଙ୍ଗପିନ୍ ହିମାଂଶୁ ଭୂଷଣ ନନ୍ଦକୁ ରିମାଣ୍ଡରେ ନେଇଛି ପୁଲିସ । ଅନ୍ତରାଜ୍ୟ କିଡନୀ ଠକେଇ ରାକେଟରେ କିଙ୍ଗପିନ୍ ହିମାଂଶୁ ଭୂଷଣ ନନ୍ଦକୁ ପଚରାଉଚରା କରିବା ପାଇଁ ଲକ୍ଷ୍ମୀସାଗର ଥାନା ପୁଲିସ ୩ ଦିନିଆ ରିମାଣ୍ଡରେ ନେଇଛି । ଲକ୍ଷ୍ମୀସାଗର ଥାନା ପୋଲିସ ଝାରପଡ଼ା ଜେଲରୁ ହିମାଂଶୁକୁ ରିମାଣ୍ଡରେ କିଡନୀ କେଳେଙ୍କାରୀ ନେଇ ପଚରାଉଚରା କରିବ ।
ଲକ୍ଷ୍ମୀସାଗର ଅଂଚଳରେ ରହୁଥିବା ଅନୁଗୁଳର ମିଲି ସାହୁଙ୍କ ଠାରୁ କିଡ଼ନୀ ପାଇଁ ୧ଲକ୍ଷ ୧୩ ହଜାର ଟଙ୍କା ଲୁଟି ନେବା ପରେ ଆଉ ଧରାଛୁଆଁ ଦେଇନଥିଲା ହିମାଂଶୁ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରିଥିଲା । ହିମାଂଶୁ ସହ ଆଉ କିଏ କିଏ ସଂମ୍ପୃକ୍ତ ଏହି ଠକେଇରେ ଆଉ କିଏ ସହଯୋଗ କରୁଥିଲେ ସେନେଇ ଖୋଳତାଡ଼ କରିବ ପୋଲିସ । ପୂର୍ବରୁ ନୟାପଲ୍ଲୀ ଥାନା ପୁଲିସ ମଧ୍ୟ ହିମାଂଶୁକୁ ୩ ଦିନିଆ ରିମାଣ୍ଡରେ ନେଇ ଜେରା କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/16-19.jpg)
/kanak/media/post_attachments/wp-content/uploads/2021/01/Screen-Shot-2021-01-15-at-2.02.55-PM.png)