ଆଜି ଝାରପଡ଼ା ଜେଲରୁ ହିମାଂଶୁକୁ ରିମାଣ୍ଡରେ ଆଣିବ ଲକ୍ଷ୍ମୀସାଗର ଥାନା ପୋଲିସ । ଆଉ କାହାକୁ ଠକିଛି କିଡ଼ନୀ ରାକେଟର କିଙ୍ଗପିନ୍, ଜାଣିବାକୁ ହେବ ଖୋଳତାଡ଼

ଅନ୍ତରାଜ୍ୟ କିଡ୍‌ନି ଠକେଇ ରାକେଟ୍‌ର କିଙ୍ଗପିନ୍ ହିମାଂଶୁ ଭୂଷଣ ନନ୍ଦକୁ ପରଚାଉଚରା ଲାଗି ପୁଣି ତିନି ଦିନିଆ ରିମାଣ୍ଡରେ ଅଣାଯିବ

58

ଅନ୍ତରାଜ୍ୟ କିଡ୍‌ନି ଠକେଇ ରାକେଟ୍‌ର କିଙ୍ଗପିନ୍ ହିମାଂଶୁ ଭୂଷଣ ନନ୍ଦକୁ ପରଚାଉଚରା ଲାଗି ପୁଣି ତିନି ଦିନିଆ ରିମାଣ୍ଡରେ ଅଣାଯିବ। ଲକ୍ଷ୍ମୀସାଗର ଥାନା ପୁଲିସ ରିମାଣ୍ଡ ଆବେଦନକୁ ଭୁବନେଶ୍ବର ଏସଡିଜେଏମ୍ ଆଜି ମଞ୍ଜୁର କରିଛନ୍ତି।

ଆସନ୍ତାକାଲି ପୂର୍ବାହ୍ନରେ ଲକ୍ଷ୍ମୀସାଗର ଥାନା ପୁଲିସ ଝାରପଡ଼ା ଜେଲରୁ ହିମାଂଶୁକୁ ଆଣି ଜେରା କରିବ। ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ଅନୁଗୁଳର ମିଲି ସାହୁ ନାମ୍ନୀ ମହିଳାଙ୍କଠାରୁ କିଡ୍‌ନି ଦେବା ପାଇଁ ହିମାଂଶୁ ୧ ଲକ୍ଷ ୧୩ ହଜାର ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇ ନ ଥିଲେ। ଏ ନେଇ ମିଲି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା। ହିମାଂଶୁ ସହ ଆଉ କିଏ କିଏ ସମ୍ପୃକ୍ତ, ଏହି ଠକେଇରେ ଆଉ କିଏ ସହଯୋଗ କରୁଥିଲେ, ଲକ୍ଷ୍ମୀସାଗର ଅଞ୍ଚଳରେ କେବେଳ ମିଲି ନା ଆଉ କେହି ଠକାମିର ଶିକାର ହୋଇଛନ୍ତି, ସେ ନେଇ ଖୋଳତାଡ଼ କରିବ ପୁଲିସ।

ସୂଚନାଯୋଗ୍ୟ, ୨୦୧୯ରେ ନୟାପଲ୍ଲୀ ଅଞ୍ଚଳର ପ୍ରତାପ ଚନ୍ଦ୍ର ମିଶ୍ରଙ୍କୁ କିଡନୀ ଦେବା ନାଁରେ ୫ ଲକ୍ଷ ୫୦ ହଜାର ଟଙ୍କା ଠକେଇ କରିଥିଲା ହିମାଂଶୁ। ଏ ନେଇ ଗତ ୧୧ ତାରିଖରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରିଥିଲା। ସେହିପରି ମଞ୍ଚେଶ୍ବର ରଙ୍ଗମାଟିଆର ଅଶୋକ କୁମାର ନାୟକଙ୍କୁ ମଧ୍ୟ ୧୮ ଲକ୍ଷ ୫୩ ହଜାର ଟଙ୍କାର ଚୂନ ଲଗାଇଥିଲା ହିମାଂଶୁ।