ଆପଣ ଜାଣିଛନ୍ତି କି, ରାଜ୍ୟରେ କିଡ଼ନୀ ରୋଗୀଙ୍କ ସଂଖ୍ୟା କେତେ ? ତଥ୍ୟ ଜାଣିଲେ ବଢିଯିବ ଚିନ୍ତା

168

କନକ ବ୍ୟୁରୋ: ରାଜ୍ୟରେ ବୃଦ୍ଧି ପାଉଛି କିଡନୀ ରୋଗୀଙ୍କ ସଂଖ୍ୟା । ଏନେଇ ଲିଖିତ ଉତ୍ତରରେ ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀଙ୍କ ସୂଚନା ମୁତାବକ ଦୀର୍ଘ ୪ ବର୍ଷ ମଧ୍ୟରେ ବୃଦ୍ଧି ପାଇଛି ଏହି ରୋଗରେ ପିଡିତଙ୍କ ସଂଖ୍ୟା । ରିପୋର୍ଟ ମୁତାବକ ୨୦୧୪ ମସିହାରୁ ୨୦୧୭ ବର୍ଷ ମଧ୍ୟରେ ରାଜ୍ୟରେ ମୋଟ୍ ୪୨ ହଜାର ୯୬୨ ଜଣ କିଡନୀ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ କଟକରେ ସର୍ବାଧିକ ୪ ବର୍ଷରେ ମୋଟ୍ କିଡନୀ ରୋଗୀଙ୍କ ସଂଖ୍ୟା ୨୭ ହଜାର ୨୩୧ ଜଣକୁ ବୃଦ୍ଧି ପାଇଛି । ଅନ୍ୟପଟେ ସର୍ବନିମ୍ନ କୀଡନୀ ରୋଗୀଙ୍କ ସଂଖ୍ୟା କନ୍ଧମାଳ ଜିଲ୍ଲାରେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ରିପୋର୍ଟରୁ ଜଣାପଡିଛି ।

source: amar ujala

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କହିବା ମୁତାବକ ବିଭିନ୍ନ ଗବେଷଣା ଓ ଅନୁସନ୍ଧାନ ଅନୁଯାୟୀ, ଏହାର ପ୍ରମୂଖ କାରଣ ହେଉଛି ଜଳଶୁଷ୍କତା, କୀଟନାଶକ ଔଷଧର ପ୍ରୟୋଗ ତଥା ଉଚ୍ଚ ରକ୍ତଚାପ ମଧୁମେହ ଇତ୍ୟାଦି ରୋଗ ବୋଲି ଜଣାପଡିଛି । କିନ୍ତୁ ପ୍ରକୃତରେ କିଡନୀ ରୋଗର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ତେବେ ଏହି ରୋଗର ପ୍ରତିକାର ପାଇଁ ରାଜ୍ୟ ସରକାର ତତ୍ପର ଅଛନ୍ତି ।

daughter gives kidney and liver to fatherକିଡନୀ ରୋଗର ଗୁଣାତ୍ମକ ଚକିତ୍ସା ନିମନ୍ତେ ରାଜ୍ୟରେ ବିଶେଷଜ୍ଞ ମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ଯେଉଁମାନେ ବୃକକ ରୋଗର ଅନ୍ୟତମ କାରଣ କୁହାଉଥିବା ମଧୁମେହ, ଉଚ୍ଚରକ୍ତଚାପ ରୋଗର ପ୍ରାରମ୍ଭିକ ନିରୂପଣ କରୁଛନ୍ତି । ରାଜ୍ୟରେ ଏହାର ମାଗଣା ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି । କିଡନୀ ରୋଗୀଙ୍କ ନିମନ୍ତେ ୨୬ ଗୋଟି “ଡାଏଲିସିସ” କେନ୍ଦ୍ର ସ୍ଥାପନ କରାଯିବାର ଯୋଜନା କରିଛନ୍ତି ରାଜ୍ୟ ସରକାର । ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୨ଟି “ଡାଏଲିସିସ” କେନ୍ଦ୍ରରେ ମାଗଣା ଚିକିତ୍ସାସେବା ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।