କନକ ବ୍ୟୁରୋ : ୮ଲକ୍ଷ ଟଙ୍କା ପାଇଁ ଯୁବକଙ୍କୁ ପଣବନ୍ଦୀ । ଅପହରଣକାରୀ, ଯୁବକଙ୍କ ସ୍ତ୍ରୀଙ୍କୁ ପଠାଇଲେ, ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ । ଅପହରଣ କରାଯାଇଥିବା ନେଇ ସୋର ଥାନାରେ ଲିଖିତ ଅଭିଯୋଗ ହୋଇଛି । ବାଲେଶ୍ୱର ସୋର ଥାନା କେଶପୁର ଗାଁର ତାପସ ମହାନ୍ତିଙ୍କୁ କୋଲକାତାରେ ଭଲ କାମ ଦେବାକୁ କହି କୋଲକାତା ଡାକିବା ପରେ ବନ୍ଧକ ରଖାଯାଇଥିବା ଅଭିଯୋଗ ହୋଇଛି ।
ଗତ ୨୮ତାରିଖ ଦିନ ତାଙ୍କ ପାଖକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା । ତାପରେ ସେ କୋଲକାତା ଚାଲିଯାଇଥିଲେ । ଏହାପରେ ତାପସଙ୍କ ପତ୍ନୀ ସୁକାନ୍ତିଙ୍କୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା ଏବଂ ୮ଲକ୍ଷ ଟଙ୍କା ନଦେଲେ ତାପସକୁ ଜୀବନରୁ ମାରି ଦିଆଯିବ ବୋଲି କୁହାଯାଇଥିଲା । ମାର୍ଚ୍ଚ ୨ତାରିଖରେ ସେହି ନମ୍ବରରୁ ତାପସଙ୍କ ହାତଗୋଡ ବନ୍ଧା ଯାଇଥିବା ଏବଂ ବନ୍ଧୁକ ଓ ଟାଙ୍ଗିଆ ରଖି ହତ୍ୟା ଧମକ ଦିଆଯାଉଥିବାର ଏକ ଭିଡିଓ ତାଙ୍କ ପତ୍ନୀଙ୍କୁ ପଠାଯାଇଥିଲା । ଯେଉଁଥିରେ ଭୟଭୀତ ହୋଇ ସୁକାନ୍ତି ଦିଆଯାଇଥିବା ଏକ ବ୍ୟାଙ୍କ ଆକାଉଂଟରେ ୫୦ହଜାର ଟଙ୍କା ଦେଇଲେ । ଏନେଇ ତାପସଙ୍କ ପତ୍ନୀ ସୁକାନ୍ତି ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/9-3.jpg)