କନକ ବ୍ୟୁରୋ: ଖଲିକୋଟରେ ଚୋରି ହୋଇଥିବା ଛୁଆ, ଭୁବନେଶ୍ୱରରୁ ହେଲା ଉଦ୍ଧାର । ଗତକାଲି ରାତିରେ ଚୋରି ହୋଇଥିବା ୯ମାସର କୁନି ପୁଅଟି ଭୁବନେଶ୍ୱର ସୁନ୍ଦରପଦା ଚଣ୍ଡିବଜାର ହାଇଟେକ ପ୍ଲାଜା ଅଞ୍ଚଳରୁ ଉଦ୍ଧାର ହୋଇଛି । ଶିଶୁକୁ ଚୋରି କରି ଆଣି ନିଜ ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିଲେ ଅଭିଯୁକ୍ତ ମହିଳା ।
ଖଲ୍ଲିକୋଟ ପୋଲିସର ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱରରେ ପହଂଚି ଅଭିଯୁକ୍ତ ମହିଳାକୁ ଗିରଫ କରିଛି । ମହିଳା ଜଣଙ୍କ ଗଞ୍ଜାମ ଜିଲ୍ଲା ତାରସିଂ ଥାନା ରଙ୍ଗାମେରୁ ଗାଁର ପ୍ରଭାସୀନି ସାହୁ । ଅଭିଯୁକ୍ତ ମହିଳା ଶିଶୁ ଟିକୁ ବିକି ଦେବା ଉଦ୍ଦେଶ୍ୟରେ ଚୋରି କରି ଆଣିଥିବା ପ୍ରାଥମିକ ତଦନ୍ତରୁୁ ଜଣାପଡିଛି । ଗତକାଲି ରାତିରେ ଖଲିକୋଟର ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ପାଖରୁ ତାଙ୍କ ପୁଅ ଚୋରି କରି ନେଥିଲେ ପ୍ରଭାସୀନି । ଏକ ଦୋକାନ ବାରଣ୍ଡାରେ ୯ମାସର ପୁଅ ସହ ଶୋଇ ଥିବାବେଳେ ମାଆ ପାଖରୁ ପିଲାକୁ ଉଠାଇ ନେଇଥିଲେ ଅଭିଯୁକ୍ତ ମହିଳା । ପିଲା ଚୋରର ପୂରା ଘଟଣା ସିସିଟିଭିରେ କଏଦ ହୋଇଥିଲା । ଏହାକୁ ନେଇ ଖଲିକୋଟ ପୋଲିସ୍ରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତେବେ ଶେଷରେ ପିଲାକୁ ଉଦ୍ଧାର କରିବାରେ ସଫଳ ହୋଇଛି ଖଲିକୋଟ ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/24-20.jpg)