କନକ ବ୍ୟୁରୋ : ଭୁବନେଶ୍ୱର ଲକ୍ଷ୍ମୀସାଗର ଅଂଚଳରୁ ଅପହୃତ ହୋଇଥିବା ଯୁବକଙ୍କୁ ଉଦ୍ଧାର କରାଯାଇଛି । ସ୍ପେଶାଲ ସ୍କ୍ୱାର୍ଡ ଓ ଲକ୍ଷ୍ମୀସାଗର ଥାନା ପୋଲିସ ଛାତ୍ର ଜଣଙ୍କୁ ଉଦ୍ଧାର କରିଛି । ଯୁବକଙ୍କ ମୋବାଇଲ୍ ଟ୍ରାକିଂ କରି ଉଦ୍ଧାର କରିବାରେ ସକ୍ଷମ ହୋଇଛି ପୋଲିସ । ଛାତ୍ର ଜଣଙ୍କ ଜଣେ ବ୍ୟବସାୟୀଙ୍କ ପୁଅ ।

Advertisment

ସେ ବାଙ୍ଗାଲୋରରେ ପାଠ ପଢୁଥିବା ବେଳେ କରୋନା ପାଇଁ ସେ ଘରକୁ ଆସିଥିଲେ । ବନ୍ଧୁକ ମୁନରେ ଛାତ୍ରଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଥିଲା । ୩୦ ଲକ୍ଷ ଟଙ୍କା ଦାବି କରିଥିଲେ ଅପହରଣକାରୀ । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗୋଟିଏ କାର ମଧ୍ୟ ଜବତ କରାଯାଇଛି । ପୂରା ଫିଲ୍ମ ଷ୍ଟାଇଲରେ ଅପହରଣ କରିଥିଲେ ଅପହରଣକାରୀ ।

- ଯୁବକଙ୍କ ଉଦ୍ଧାର ପାଇଁ ପୋଲିସ କରିଥିଲା ୩୬ ଘଂଟାର ଅପରେସନ୍
- ଅପରେସନରେ ସାମିଲ ହୋଇଥିଲେ ୪ଟି ଟିମ୍
- ସୁନାଖଳାର ଏକ ଜଙ୍ଗଲ ଭିତରୁ ଉଦ୍ଧାର କରିଛି ପୋଲିସ
- ନିଜ ସୁରକ୍ଷା ପାଇଁ ତିନିଟି ଟିମ୍ କରିଥିଲେ ଅପହରଣକାରୀ
- ସବୁ ସମୟରେ ପରସ୍ପରଠାରୁ ୨୦ରୁ ୩୦ କିମି ଦୂରତା ରଖୁଥିଲେ
- ଅପହୃତଙ୍କ ପାଖରେ ଥିବା ଅପହରଣକାରୀ ସିଧାସଳଖ ଯୁବକଙ୍କ ବାପାଙ୍କୁ ଫୋନ୍ କରୁନଥିଲେ
- ପ୍ରଥମେ ତାଙ୍କଠାରୁ ଦୂରରେ ଥିବା ସହଯୋଗୀଙ୍କୁ ଫୋନ୍ କରୁଥିଲେ
- ସେମାନେ ଆଉ ଗୋଟିଏ ଟିମକୁ ଫୋନ୍ କରୁଥିଲେ
- ତୃତୀୟ ଟିମ୍ ଅପହୃତ ଯୁବକଙ୍କ ବାପାଙ୍କୁ ଫୋନ୍ କରୁଥିଲେ
- ଫୋନ୍ କରିବା ପରେ ଫୋନ୍ ବନ୍ଦ କରି ୩୦ରୁ ୪୦ କିମି ପଳାଉଥିଲେ ଅପହରଣକାରୀ
- ବାରମ୍ବାର ସ୍ଥାନ ପରିବର୍ତନ କରୁଥିଲେ ଅପହରଣକାରୀ
- ସିଧାସଳଖ ଫୋନ୍ କରାଯାଉନଥିବାରୁ ଟ୍ରାକ୍ କରିବାରେ ଅସୁବିଧା ହେଉଥିଲା
- ଯୁବକଙ୍କୁ ଠାବ କରିବାକୁ ପାଖାପାଖି ୮୦୦ କିଲୋମିଟର ବୁଲିଥିଲା ପୋଲିସ
- ଖୋର୍ଦ୍ଧା, ବ୍ରହ୍ମପୁର, ନୟାଗଡ଼ର ବିଭିନ୍ନ ଅଂଚଳ ବୁଲିଥିଲା ପୋଲିସ
- ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି, ୩ ଜଣଙ୍କୁ ଖୋଜୁଛି ପୋଲିସ
- ପୂର୍ବରୁ ମଧ୍ୟ ଏମାନେ କିଛି ଲୋକଙ୍କୁ ଅପହରଣ କରିଛନ୍ତି