ଦିଲ୍ଲୀରୁ ଆସିଲା ରୋଚକ ଚିତ୍ର: କୁନି କୁନି ପିଲାଙ୍କ ହୃଦୟରେ କେଜ୍ରିୱାଲ, ଫଳାଫଳ ପୂର୍ବରୁ କୁନି କେଜ୍ରିୱାଲଙ୍କ ଫଟୋ ଭାଇରାଲ ।

222

କନକ ବ୍ୟୁରୋ: ଗୋଟିଏ ପଟେ ଫଳାଫଳ ଆଉ ଗୋଟେ ପଟେ ରୋଚକ ଦୃଶ୍ୟ । କେବଳ ଦିଲ୍ଲୀବାସୀଙ୍କ ହୃଦୟରେ ନୁହେଁ ବରଂ କୁନି କୁନି ପିଲାଙ୍କ ମନ ଜିଣିପାରିଛନ୍ତି କେଜ୍ରିୱାଲ ବୋଲି ଦେଖିବାକୁ ମିଳିଛି । ସେଥିପାଇଁ ତ ଭୋଟ୍ ଗଣତିର ସକାଳୁ ସକାଳୁ କେଜ୍ରିୱାଲଙ୍କ ବାସଭବନ ସମ୍ମୁଖରେ କୁନି ପ୍ରଶଂସକଙ୍କ ଭିଡ଼ ଦେଖିବାକୁ ମିଳିଛି । କିଏ ଗୋଲାପରେ କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଛି ତ ଆଉ କିଏ କୁନି କେଜ୍ରିୱାଲ ବେଶ ଧରିଛି ।

ମୁଣ୍ଡରେ ଆମ ଆଦମୀ ପାର୍ଟିର ଟୋପି, ବେକରେ ମର୍ଫଲ ଏବଂ ଦେହରେ ପୂରା କେଜ୍ରିୱାଲଙ୍କ ଭଙ୍ଗୀର ସ୍ୱେଟର ପିନ୍ଧି ସାଜିଛନ୍ତି କୁନି କେଜ୍ରିୱାଲ । ଏଭଳି ଏକ କୁନି କେଜ୍ରିୱାଲଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଆଜି ଦିଲ୍ଲୀ ନିର୍ବାଚନୀ ଫଳାଫଳ ବାହାରିବା ଜାଣି ସକାଳୁ ସକାଳୁ କେଜ୍ରିୱାଲଙ୍କ ବାସଭବନ ସମ୍ମୁଖରେ ପହଁଛିଥିଲେ କୁନି ପ୍ରଶଂସକ । ଭୋଟ୍ ଗଣତି ଚାଲିଥିବାବେଳେ କେଜ୍ରିୱାଲଙ୍କ ଏଭଳି କୁନି ସମର୍ଥକଙ୍କ ଫଟୋ ଏବେ ବେଶ୍ ଭାଇରାଲ୍ ହେଉଛି ।