ଜମ୍ମୁରେ ସେନା ଶିବିର ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀ ନିଜେ ହତ୍ୟାର ଶିକାର ହୋଇଛି । ସୀମା ଆରପାରିକୁ ଆସିଥିବା ଖବରରୁ ଜଣାପଡିଛି ଯେ ଆତଙ୍କବାଦୀଙ୍କ ମୃତଦେହ ତାଙ୍କ ଘରେ ପାକିସ୍ଥାନ ଅଧିକୃତ ଜମ୍ମୁକାଶ୍ମୀରରୁ ମିଳିଛି । ଆଶ୍ଚର୍ଯ୍ୟର କଥା ହେଉଛି ମୃତ ଦେହର ମୁଣ୍ଡ କାଟି ଦିଆଯାଇଥିବା ଜଣାପଡିଛି । ଏହି ଘଟଣା ପରେ ଭାରତର ଆଉ ଏକ ଶତ୍ରୁ ପୃଥିବୀ ପୃଷ୍ଠରୁ ହଟି ଯାଇଛି ।

Advertisment

ମୃତ୍ୟୁବରଣ କରିଥିବା ଏହି ଜିହାଦିର ନାମ ଖ୍ୱାଜା ସହିଦ ବୋଲି କୁହାଯାଇଛି । ସୀମା ଆରପାରିକୁ ଆସିଥିବା ଖବର ମଧ୍ୟ ଦର୍ଶାଉଛି ଯେ ଏହି ଜିହାଦି  ଖ୍ୱାଜାକୁ  ନିକଟରେ ଅପହରଣ କରାଯାଇଥିଲା । ବର୍ତ୍ତମାନ ତା ମୃତଦେହ ମିଳିବା ପରେ ପାକିସ୍ତାନର ସୁରକ୍ଷା ଏଜେନ୍ସିମାନେ ଚିନ୍ତାରେ ପଡି ଯାଇଛନ୍ତି ।

ଖ୍ୱାଜା ସେହି ଇସଲାମିକ ଜିହାଦୀ ଯିଏ ୨୦୧୮  ରେ ସୀମା ସେପଟେ ଥିବା ତା ଜିହାଦି  ମାଷ୍ଟରଙ୍କ ନିର୍ଦ୍ଦେଶରେ ଜାମ୍ମୁରେ ଏକ ସାମରିକ ଶିବିର ଉପରେ ଆକ୍ରମଣ ଯୋଜନା କରିଥିଲା ।  ସେ PoJK ରେ ରହୁଥିଲା । ତା ନିଜ  ଘରେ ମୃତଦେହ ମିଳିବା ଅନେକ ଲୋକଙ୍କୁ ଚିନ୍ତାରେ ପକାଇଛି । ନିହତ ଆତଙ୍କବାଦୀ ଖ୍ୱାଜା ସହିଦ ଲଶ୍କର-ଏ-ତାଇବା ସହିତ ଜଡିତ ଥିଲା ଏବଂ ପରେ ତାକୁ ସ୍ଥାନୀୟ କମାଣ୍ଡର ଭାବେ ନିଯୁକ୍ତ କରାଯାଇଥିଲା । ୨୦୧୮  ରେ ଖ୍ୱାଜା ହଠାତ୍ ଜାମ୍ମୁର ସୁଜୱାନରେ ଅବସ୍ଥିତ ଭାରତୀୟ ସେନା ଶିବିର ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣ କରିଥିବା ଆତଙ୍କବାଦୀମାନଙ୍କ ପାଖରେ AK-47 ରାଇଫଲ, ଗ୍ରେନେଡ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଥିଲା । ସେହି ଆକ୍ରମଣରେ ଭାରତୀୟ ସେନାର ଛ’ ଜଣ ଯବାନ ସହିଦ ହୋଇଥିଲେ । ଖ୍ୱାଜା ସହିଦଙ୍କୁ ମିଆନ୍ ମୁଜାହିଦ୍ ମଧ୍ୟ କୁହାଯାଉଥିଲା । ତା ଘର ପାକ ଅଧିକୃତ ଜାମ୍ମୁ କାଶ୍ମୀରର ନୀଲମ୍ ଉପତ୍ୟକାରେ ଥିବା କୁହାଯାଉଥିଲା ।