ଭୁବନେଶ୍ୱର ମେଣ୍ଢାଶାଳରେ ସଡକ ଦୁର୍ଘଟଣା । ଦୋକାନ ଉପରେ ମାଡିଗଲା ପଥର ବୋଝେଇ ଟ୍ରକ୍ : ୪ ଜଣ ଗୁରୁତର

Advertisment
ଭୁବନେଶ୍ୱର ମେଣ୍ଢାଶାଳରେ ସଡକ ଦୁର୍ଘଟଣା  । ଦୋକାନ ଉପରେ ମାଡିଗଲା ପଥର ବୋଝେଇ ଟ୍ରକ୍ :  ୪ ଜଣ ଗୁରୁତର

କନକ ବ୍ୟୁରୋ : ଶନିବାର ସକାଳେ ଭୁବନେଶ୍ୱର ସହର ଉପକଣ୍ଠରେ ଥିବା ମେଣ୍ଢାଶାଳ ଅଞ୍ଚଳର ଏକ ଦୋକାନରେ ପଥର ବୋଝେଇ ଟ୍ରକ୍ ଧକ୍କା ଦେବା ଫଳରେ ଚାରି ଜଣ ଗୁରୁତର ଆହତ ହୋଇଥିବାର ଖବର ମିଳିଛି। ଆହତମାନଙ୍କୁ ନିକଟସ୍ଥ ମେଣ୍ଢାଶାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ଡ୍ରାଇଭର ଗାଡ଼ି ଉପରେ ନିୟନ୍ତ୍ରଣ ହରାଇବା ପରେ ଟ୍ରକଟି ଦୋକାନ ଭିତରକୁ ପଶି ଯାଇଥିଲା। ଦୁର୍ଘଟଣାସ୍ଥଳରୁ ଟ୍ରକକୁ ହଟାଇବା ପାଇଁ ଏକ କ୍ରେନ୍ ନିୟୋଜିତ ହୋଇଛି। ତେବେ ଏଯାବତ୍ ପୀଡ଼ିତମାନଙ୍କ ପରିଚୟ ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe