ଖୋର୍ଦ୍ଧାର ୪ ବ୍ଲକରେ ବଢୁଛି ସଂକ୍ରମଣ । ଅଧିକ ପଜିଟିଭ୍ ଚିହ୍ନଟ ହେଉଥିବାରୁ ରେଡ୍ କାଟାଗୋରୀ ରଖିଲା ପ୍ରଶାସନ, ପଢନ୍ତୁ କେଉଁ ୪ ବ୍ଲକରେ ମାଡୁଛି ଭୂତାଣୁ...

Advertisment
ଖୋର୍ଦ୍ଧାର ୪ ବ୍ଲକରେ ବଢୁଛି ସଂକ୍ରମଣ । ଅଧିକ ପଜିଟିଭ୍ ଚିହ୍ନଟ ହେଉଥିବାରୁ ରେଡ୍ କାଟାଗୋରୀ ରଖିଲା ପ୍ରଶାସନ, ପଢନ୍ତୁ କେଉଁ ୪ ବ୍ଲକରେ ମାଡୁଛି ଭୂତାଣୁ...

କନକ ବ୍ୟୁରୋ: ଖୋର୍ଦ୍ଧାର ଦିନକୁ ଦିନ ବଢୁଛି ପଜିଟିଭ୍ ସଂଖ୍ୟା । ଜିଲ୍ଲାର ୪ ବ୍ଲକରେ ବଢୁଛି ସଂକ୍ରମଣ ହାର । ଏହି ୪ ବ୍ଲକ ଗୁଡ଼ିକ ହେଉଛି-: ବାଣପୁର, ବାଲୁଗାଁ, ଟାଙ୍ଗି ଏବଂ ବୋଲଗଡ଼ । ତେବେ ବର୍ତ୍ତମାନ ସୁଦ୍ଧା ଏହି ବ୍ଲକରେ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଣୁ ଏହି ଗାଁ ଗୁଡ଼ିକୁ ସଂକ୍ରମଣ ହାର ବଢୁଥିବା କାରଣରୁ ଏହାକୁ ରେଡ୍ କାଟାଗୋରୀରେ ରଖାଯାଇଛି ।

ଅନ୍ୟପଟେ ଜିଲ୍ଲାବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର ହେଉଛି କି, ବିଗତ ୧୪ ଦିନ ଭିତରେ ଖୋର୍ଦ୍ଧା ଜିଲ୍ଲାର ୭୪ ପ୍ରତିଶତ ଗାଁରୁ କୌଣସି ପଜିଟିଭ୍ କେସ୍ ଚିହ୍ନଟ ହୋଇ ନାହାନ୍ତି । ତେଣୁ ଏହି ଗାଁ ଗୁଡ଼ିକୁ ଗ୍ରୀନ୍ କାଟାଗୋରୀରେ ରଖାଯାଇଛି । ଯେଉଁ ସ୍ଥାନରୁ ସଂକ୍ରମଣ ହାର ବଢୁଛି ସେହି ଅଞ୍ଚଳକୁ ରେଡ୍ କାଟାଗୋରୀରେ ରଖାଯାଇଛି । କିନ୍ତୁ ଉଚିତ୍ ପଦକ୍ଷେପ ଦ୍ୱାରା ଏବେ ସଂକ୍ରମଣ ହାର କମୁଛି ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe