କନକ ବ୍ୟୁରୋ: ରାଜଧାନୀ ନିକଟବର୍ତ୍ତୀ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୯୫୧ ଠାରୁ ୨୦୧୪ ମଧ୍ୟରେ ଗୋଟିଏ ଉପନିର୍ବାଚନ ସହ ୧୬ଟି ନିର୍ବାଚନ ଅନୁଷ୍ଠିତ ହୋଇଛି । ଏଥିରେ ୬ ଥର କଂଗ୍ରେସ ପ୍ରାର୍ଥୀ ଜିତିଥିବା ବେଳେ ୩ଥର ଜନତା ପାର୍ଟି, ୨ଥର ଓଡ଼ିଶା ଜନ କଂଗ୍ରେସ, ୨ ଥର ବିଜେଡି, ୨ଥର ସ୍ୱାଧୀନ ଏବଂ ଥରେ ସିପିଆଇ ବିଜୟ ହାସଲ କରିଛି । ତେବେ ଚଳିତ ନିର୍ବାଚନରେ ବିଜେଡିରୁ ଜ୍ୟୋତିନ୍ଦ୍ରନାଥ ମିତ୍ର ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଥିବା ବେଳେ ବିଜେପିରୁ କାଳୁ ଖଣ୍ଡାୟତ ରାୟ ଓ କଂଗ୍ରେସରୁ ସ୍ୱାଗତିକା ପଟ୍ଟନାୟକ ନିର୍ବାଚନ ଲଢୁଛନ୍ତି ।

Advertisment

ଖୋର୍ଦ୍ଧା ବିଧାନସଭା ନିର୍ବାଚନମଣ୍ଡଳୀ

୨୦୧୪ର ଲଢେଇ

- ମୈଦାନରେ ଥିଲେ ମୋଟ ୧୩ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୧୫ ହଜାର ୮୬୫
- ମତ ଦେଇଥିଲେ – ୧ ଲକ୍ଷ ୫୮ ହଜାର ୪୭୮
- ଭୋଟଦାନ ହାର – ୭୩.୪୨%

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ

ରାଜେନ୍ଦ୍ର କୁମାର ସାହୁ ବିଜେଡି ୭୨,୨୯୯ ୪୫.୬୨% ବିଜୟୀ
ଦିଲୀପ ଶ୍ରୀଚନ୍ଦନ କଂଗ୍ରେସ ୧୨,୨୦୨ ୭.୭୦% ପରାସ୍ତ
ଜ୍ୟୋତିନ୍ଦ୍ରନାଥ ମିତ୍ର ବିଜେପି ୬୫,୭୦୨ ୪୧.୪୬% ପରାସ୍ତ

କିଏ ମାରିଥିଲା ବାଜି?

- ବିଜେଡିର ରାଜେନ୍ଦ୍ର କୁମାର ସାହୁ ନିର୍ବାଚନ ଜିତିଥିଲେ
- ୭୨ ହଜାର ୨୯୯ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- ବିଜେପି ପ୍ରାର୍ଥୀ ଜ୍ୟୋତିନ୍ଦ୍ରନାଥ ମିତ୍ରଙ୍କୁ ପରାସ୍ତ କରିଥିଲେ
- ୬ ହଜାର ୫୯୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୧୦ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୧୯ର ଲଢେଇ

ବିଜେଡି: ଜ୍ୟୋତିନ୍ଦ୍ରନାଥ ମିତ୍ର
କଂଗ୍ରେସ: ସ୍ୱାଗତିକା ପଟ୍ଟନାୟକ
ବିଜେପି: କାଳୁ ଖଣ୍ଡାୟତ ରାୟ

୨୦୧୯--ବିଜେଡି: ଜ୍ୟୋତିନ୍ଦ୍ରନାଥ ମିତ୍ର

- ୨ଥର ବିଜେଡି ବିଧାୟକ
- ୨୦୧୪ରେ ପରାଜିତ( ବିଜେପି ପ୍ରାର୍ଥୀ)
- ଟିକେଟ୍ ଘୋଷଣା ପୂର୍ବରୁ ପୁଣି ବିଜେଡି ଫେରିଲେ

୨୦୧୯-- କଂଗ୍ରେସ: ସ୍ୱାଗତିକା ପଟ୍ଟନାୟକ

- ଜିଲ୍ଲା କାର୍ଯ୍ୟକାରୀ ସଭାପତି
- ପୂର୍ବତନ ଛାତ୍ର କଂଗ୍ରେସ ସଭାନେତ୍ରୀ
- ପ୍ରଥମଥର ବିଧାନସଭା ପ୍ରାର୍ଥୀ

୨୦୧୯--ବିଜେପି: କାଳୁ ଖଣ୍ଡାୟତ ରାୟ

- ବ୍ୟବସାୟରୁ ରାଜନୀତି
- ପ୍ରଥମଥର ପାଇଁ ନିର୍ବାଚନ ଲଢୁଛନ୍ତି
- ଦୃଢ ସଂଗଠନ ରହିଛି

ନିର୍ବାଚନ ମଣ୍ଡଳୀ ତଥ୍ୟ

- ଖୋର୍ଦ୍ଧା ଏବଂ ଖୋର୍ଦ୍ଧା ବ୍ଳକର ୮ଟି ପଂଚାୟତକୁ ନେଇ ନିର୍ବାଚନମଣ୍ଡଳୀ ଗଠିତ
- ୧୯୫୧ରେ ଗଠିତ
- ଭୁବନେଶ୍ୱର ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
- ପ୍ରସନ୍ନ କୁମାର ପାଟଶାଣୀ ୩ଥର ବିଧାୟକ
- ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଥରେ ବିଧାୟକ ( ୧୯୮୫)