କନକ ବ୍ୟୁରୋ: ପ୍ରକାଶ ପାଇଛି ୨୦୨୪ ବର୍ଷର ମାଟ୍ରିକ ରେଜଲ୍ଟ । ଏଥିରେ ମୋଟ ୫ ଲକ୍ଷ ୩୦ ହଜାର ୧୫୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୯୬.୦୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସବୁଠୁ ବଡ କଥା ହେଉଛି ଚଳିତ ବର୍ଷ କୌଣସି ସ୍କୁଲରେ ଜିରୋ ରେଜଲ୍ଟ ହୋଇନଥିବାବେଳେ ୨୬୪୪ ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି ।
ତେବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ପାସ୍ ହାର (୯୭.୯୮%) ଥିବାବେଳେ ନୂଆପଡାରେ ସର୍ବନିମ୍ନ ପାସ ହାର (୯୩.୯୧%) ରହିଛି । ସେହିପରି :
କଟକରେ ପାସ୍ ହାର- ୯୭.୫୮ %
ଝାରସୁଗୁଡା- ୯୭.୨୮%
ସୁନ୍ଦରଗଡ-୯୭.୨୪%
ଗଜପତତି- ୯୭.୦୮%
ଗଞ୍ଜାମ-୯୭. ୦୬%
ଜଗତସିଂପୁର- ୯୭. ୦୬%
ବରଗଡ-୯୭.୬୪%
ସମ୍ବଲପୁର- ୯୬.୭୩%
ଦେବଗଡ- ୯୬.୭୧%
ବଲାଙ୍ଗୀର- ୯୪.୩୯%
ସୁବର୍ଣ୍ଣପୁର-୯୭.୧୧%
କୋରାପୁଟ- ୯୪.୮୨%
ମାଲକାନଗିରି- ୯୫.୦୪%
ନବଙ୍ଗରପୁର -୯୪.୮୮% ରହିଛି
ଚଳିତ ବର୍ଷ ମାଟ୍ରିକ ମଧ୍ୟମାରେ ପାସ୍ ହାର ୯୮.୧୨ ପ୍ରତିଶତ ରହିଛି । ଏଥିରେ ମୋଟ ୩ ହଜାର ୧୯୧ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/24-24.jpg)