ଖୋର୍ଦ୍ଧା ଜିଲ୍ଲା ଜଙ୍କିଆରେ ବସ୍ ଧକ୍କାରେ ବାପପୁଅଙ୍କ ମୃତ୍ୟୁ : ଫାଣ୍ଡି ଜାଳିଦେଲେ ଉତ୍ୟକ୍ତ ଲୋକେ

79

କନକ ବ୍ୟୁରୋ : ବସ୍ ଧକ୍କାରେ ବାପପୁଅଙ୍କ ମୃତ୍ୟୁ ପରେ ଉତେଜନା ।  ଫାଣ୍ଡି ଜାଳିଦେଲେ ଉତ୍ୟକ୍ତ ଲୋକେ । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମୁଖରେ ଗତ ରାତି ୮ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପ-ପୁଅଙ୍କ ମୃତ୍ୟୁ ହୋଇଛି ।

ଏହି ଘଟଣାକୁ କେନ୍ଦ୍ର କରି ଉତ୍ୟକ୍ତ ଲୋକ ସିକୋ ଫାଣ୍ଡିରେ ନିଆଁ ଲଗାଇ ଦେଇଛନ୍ତି । ଫାଣ୍ଡି ସହ ୪ଟି ବାଇକ୍ ଜଳିଯାଇଛି । ଘଟଣା ପରେ ଜଙ୍କିଆ ପୁଲିସ ପହଁଚି ସେଠାରେ ଲାଠି ଚାର୍ଜ କରିଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଲାଗି ରହିଛି । ମୃତକ ଦ୍ୱୟ ହେଉଛନ୍ତି ନୟାଗଡ ଜିଲ୍ଲା ରଣପୁର ଥାନା ବାଙ୍କପୁର ଗ୍ରାମର ଦେବେନ୍ଦ୍ର ସାମନ୍ତରାୟ ଓ ପୁଅ ସଞ୍ଜୟ ସାମନ୍ତରାୟ । ରଣପୁରରୁ ଆସୁଥିବା ସୁନାରୂପା ବସ୍ ବାଇକକୁ ପଛ ପଟୁ ଧକା ଦେଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –