କନକ ବ୍ୟୁରୋ: ଖୋର୍ଦ୍ଧା- ଭୁବନେଶ୍ୱର ରାସ୍ତା ଜାମ୍ । ଖୋର୍ଦ୍ଧା- ଭୁବନେଶ୍ୱରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ ଦେଖିବାକୁ ମିଳିଥିଲା ଭୟଙ୍କର ଟ୍ରାଫିକ୍ ଜାମ୍ । କିଲୋମିଟର କିଲୋମିଟର ପର୍ଯ୍ୟନ୍ତ ପଛକୁ ପଛ ଧାଡି କରି ଛିଡା ରହିଥିଲେ, ବସ୍, ଟ୍ରକ୍, କାର ସମେତ ଅନେତ ଯାନ । ଦୁଇଟି ବଡ ଗାଡି ଭିତରେ ଧକ୍କା ହୋଇ ମଝି ରାସ୍ତା ଭାଙ୍ଗି ପଡିରହିଥିବାରୁ ଏଭଳି ଜାମ୍ ହୋଇଥିଲା । ଯାହା ପାଇଁ ଘଣ୍ଟା ଘଣ୍ଟା ଧରି ଜାମ୍ରେ ଫସିଥିଲେ ଲୋକେ । ଏଭଳି ଟ୍ରାଫିକ୍ ଜାମ୍ ପୂର୍ବରୁ କେବେ ରାଜଧାନୀରେ ଦେଖିବାକୁ ମିଳିନଥିଲା । ଦିନ ତମାମ୍ ଏଭଳି ଜାମ୍ ଲାଗି ରହିଥିଲା । ଫଳରେ ସାଧାରଣ ଲୋକଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା । ବର୍ତମାନ ସୁଦ୍ଧା ରାସ୍ତାରେ ଗାଡି ମୋଟର ଯାତାୟତ ସ୍ୱାଭାବିକ ହୋଇ ନଥିବା ସୂଚନା ରହିଛି ।
ଖୋର୍ଦ୍ଧା- ଭୁବନେଶ୍ୱର ରାସ୍ତା ଜାମ୍। ଅନେକ ଦୂର ଯାଏ ଅଟକି ରହିଛି ଗାଡିମୋଟର।
/kanak/media/post_attachments/wp-content/uploads/2023/02/vlcsnap-2023-02-27-17h21m36s812.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)