ରାସ୍ତା ଉପରେ ଦୁର୍ଘଟଣା ପରେ ହୁତ୍ ହୁତ୍ ହୋଇ ଜଳିଗଲା ଟ୍ରକ୍ । ଖୋର୍ଧା ୧୬ ନଂବର ଜାତୀୟ ରାଜପଥ ବାଲୁଗାଁ ନିକଟରୁ ଆସିଲା ଦୁର୍ଘଟଣାର ଭୟଙ୍କର ଚିତ୍ର : ଘଟଣା ସ୍ଥଳରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ

143

କନକ ବ୍ୟୁରୋ : ଦୁର୍ଘଟଣା ପରେ ରାସ୍ତା ଉପରେ ହୁତ୍ ହୁତ୍ ହୋଇ ଜଳିଗଲା ଟ୍ରକ୍ । ଟ୍ରକ୍ ଚାଳକଙ୍କ ମୃତ୍ୟୁ । ଖୋର୍ଧା ୧୬ ନଂବର ଜାତୀୟ ରାଜପଥ ବାଲୁଗାଁ ନିକଟରେ ଘଟିଛି ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ଆଉ ଏକ ଟ୍ରକ । ଏହା ପରେ ପରେ ରାସ୍ତା ଉପରେ ଜଳି ଉଠିଥିଲା ଟ୍ରକଟି ।

ତେବେ ଏହି ଜଳୁଥିବା ଟ୍ରକ ଭିତରୁ ବାହାରି ପାରିନଥିଲେ ଟ୍ରକ୍ ଚାଳକ । ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିଛି । ତେବେ ଟ୍ରକ୍ ଚାଳକଙ୍କୁ କିନ୍ତୁ ବାହାର କରାଯାଇ ପାରିନାହିଁ । ଦୁର୍ଘଟଣାରେ ଟ୍ରକ୍ ହେଲପର ଗୁରୁତର ହୋଇଛନ୍ତି । ତାଙ୍କୁ ବାଲୁଗାଁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଦୁର୍ଘଟଣା ପରେ ଟ୍ରକରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।