ଖୋର୍ଦ୍ଧାରେ ମାତିଛନ୍ତି ଜମି ଦଲାଲ । ଜିଲ୍ଲାରେ ଜମି ରାକେଟ କାମକରୁଥିବା ଘଟଣାର ପର୍ଦ୍ଦାଫାସ, ତଦନ୍ତ ସହ ଦୃଢ କାଯ୍ୟାନୁଷ୍ଠାନ ଦାବି

97

କନକ ବ୍ୟୁରୋ : ଭୂମିହୀନ ହୋଇଯିବେକି ଖୋର୍ଦ୍ଧା ଜିଲ୍ଲାର ଆଦିବାସୀ ? ଆଦିବାସୀଙ୍କ ଭୂସମ୍ପତ୍ତି ହାତେଇବାକୁ ଜିଲ୍ଲାରେ କାମ କରୁଛି ବଡ ରାକେଟ । ରାତିଅଧିଆ ପଟା ପାଉତି ବଦଳାଇ ଆଦିବାସୀଙ୍କ ଜମି କିଣିବାକୁ ଚକ୍ରାନ୍ତ ଏବେ ପଦାରେ ପଡିଛି । ଖୋର୍ଦ୍ଧାରେ ମାତିଛନ୍ତି ଜମି ଦଲାଲ । ରାତାରାତି ଆଦିବାସୀଙ୍କ ଜମି କିଣିବାକୁ ଚକ୍ରାନ୍ତ ଧରାପଡିଛି ବେଗୁନିଆ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ । ଜମି କିଣାବିକା ସମୟରେ ପଟା ଯାଂଚ ବେଳେ ତାହା ନକଲି ବୋଲି ଜଣାପଡିଥିଲା । ପଟାରେ ବ୍ୟବହୃତ ଷ୍ଟାମ୍ପରୁ ନଇ ଦସ୍ତଖତ ପର୍ଯ୍ୟନ୍ତ ସବୁ ନକଲି । ଏପରକିି ଜମି ମାଲିକ ଶବର ସମ୍ପ୍ରଦାୟର ହୋଇଥିବା ବେଳେ ସାଧାରଣ ବର୍ଗ ଦର୍ଶାଯାଇଛି । ରାତାରାତି ଖାତାଖତିଆନ ବଦଳାଯାଇ ଏହିଭଳି ଜମି କିଣାଯାଉଥିବା ଘଟଣା ପଦାରେ ପଡିଛି ।

ବେଗୁନିଆ ତହସିଲରେ ଆଦିବାସୀ ମାନଙ୍କର ପଟା ବଦଳାଇବା ସହ ଜାତି ବଦଳାଇ ଦଲାଲ ଏକର ଏକର ଜମି ହଡପ କରିବାରେ ଲାଗିଛନ୍ତି । ତହସିଲଦାର ଖୋଦ୍ ଘଟଣାକୁୁ ସ୍ୱୀକାର କରୁଥିବା ବେଳେ ଜାଲିଆତି ପଛରେ କିଛ କର୍ମଚାରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଛି । ସମସ୍ତ ଘଟଣା ଉଚ୍ଚ ଅଧିକାରୀଙ୍କୁ ଜଣାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଗରିବ ଆଦିବାସୀଙ୍କ ଜମିକୁ ଚଂଚକତା କରି ହଡପ କରୁଥିବା ଦଲାଲଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ ହୋଇଛି ।