ରାଜ୍ୟରେ କମୁଛି କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ୭୩୯୫ ଆକ୍ରାନ୍ତ ଚିହ୍ନଟ, ୪୦ ମୃତ

Advertisment
ରାଜ୍ୟରେ ସାମଗ୍ରିକ ଭାବେ ସଂକ୍ରମଣ କମୁଛି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ : କେସ୍ ଲୋଡ୍ , ଟିପିଆର ଓ ଲୋକଙ୍କ କୋଭିଡ୍ ଗାଇଡଲାଇନ୍ ଅନୁପାଳନକୁ ଦେଖି ଅନଲକ୍ ନିଷ୍ପତ୍ତି ନେବେ ସରକାର

କନକ ବ୍ୟୁରୋ : ରାଜ୍ୟରେ କମୁଛି ସଂକ୍ରମଣ । ଗତ ୨୪ ଘଂଟାରେ ୭ ହଜାର ୩୯୫ ନୂଆ ଆକ୍ରାନ୍ତ ଚିହ୍ନଟ । ସଂଗରୋଧରୁ ୪ ହଜାର ୧୬୯ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୩ହଜାର ୨୨୬ଜଣ । ଖୋର୍ଦ୍ଧାରୁ ୧୦୬୯ ଜଣ ଆକ୍ରାନ୍ତ ଥିବା ବେଳେ କଟକରୁ ୮୬୮, ଯାଜପୁରରୁ ୫୧୬, ଅନୁଗୁଳରୁ ୪୪୩, ମୟୂରଭଂଜରୁ ୩୪୩, ପୁରୀରୁ ୩୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୮ଲକ୍ଷ ୬ ହଜାର ୯୪ ରହିଛି । ସେଥିରୁ ସୁସ୍ଥ ହୋଇଛନ୍ତି ୭ଲକ୍ଷ ୨୪ ହଜାର ୪୦୨ଜଣ । ଏବେବି ସକ୍ରିୟ ଅଛନ୍ତି ୭୮ ହଜାର ୬୮୭ଜଣ । ୨୪ ଘଂଟାରେ କରୋନାରେ ୪୦ ଜଣଙ୍କ ମୃତ୍ୟୁ ହୋଇଛି । ୭୦ ହଜାର ୩୧୩ ନମୁନା ପରୀକ୍ଷା କରାଯାଇଛି । ପଜିଟିଭ ହାର ୧୦ ଦଶମିକ ୫୧ ପ୍ରତିଶତ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe