ରାଜ୍ୟରେ ୫ ଶହର ନିକଟତର ହେଉଛି କରୋନା ଗ୍ରାଫ୍ : ଗତ ୨୪ ଘଂଟାରେ ରାଜ୍ୟରେ ୪୫୨ ନୂଆ ପଜିଟିଭ୍ ଚିହ୍ନଟ

ସଂଗରୋଧରୁ ୨୬୭ , ସ୍ଥାନୀୟ ଅଂଚଳରୁ ୧୮୫ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୭ ଆକ୍ରାନ୍ତ ଚିହ୍ନଟ

270

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଭୟ ବଢାଉଥିବା ବେଳେ ରାଜ୍ୟରେ ୨୪ଘଂଟା ଭିତରେ ୪୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୨୬୭ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୮୫ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ଘଂଟା ଭିତରେ ୨୧୮ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୨ହଜାର ୨ ଶହ ୨୪କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ୩ଲକ୍ଷ ୩୭ହଜାର ୪୩୦ଜଣ ସୁସ୍ଥ ହୋଇଥିବା ବେଳେ ୨୮ଶହ ୨୦ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ନୂଆପଡ଼ାରୁ ୭୧ଜଣ, ସୁନ୍ଦରଗଡ଼ରୁ ୭୫ଜଣ, କଳାହାଣ୍ଡିରୁ ୨୯ଜଣ, ଝାରସୁଗୁଡ଼ାରୁ ୧୭, କଟକରୁ ୨୬, ବରଗଡ଼ରୁ ୧୯, ବଲାଙ୍ଗିରରୁ ୧୫, ସମ୍ବଲପୁରରୁ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।