ଖୋର୍ଦ୍ଧା ଇଭିଏମ ଭଙ୍ଗାରୁଜା ମାମଲାର ଶୁଣାଣି ଶେଷ । ରାୟ ସଂରକ୍ଷିତ ରଖିଲେ ଖୋର୍ଦ୍ଧା ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍

851

କନକ ବ୍ୟୁରୋ : ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲା । ଖୋର୍ଦ୍ଧା ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଶୁଣାଣି ହୋଇଛି । ରାୟ ସଂରକ୍ଷିତ ରହିଛି । ମତଦାନ ବେଳେ ଇଭିଏମ୍ ଭାଙ୍ଗିଥିବା ଅଭିଯୋଗରେ ଜଗଦ୍ଦେବ ଗିରଫ ହୋଇଛନ୍ତି । ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ସମେତ ୪୦ ଆଇନଜୀବୀ ଏହି ମାମଲାରେ ଯୁକ୍ତି ଉପସ୍ଥାପନ କରିଛନ୍ତି । ବେଗୁନିଆ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୪୪ ନଂ ବୁଥରେ ଗଣ୍ଡଗୋଳ, ମାରପିଟ୍ ଓ ଇଭିଏମ ଭଙ୍ଗାରୁଜା ଅଭିଯୋଗରେ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରିଛି ପୋଲିସ । ପ୍ରଶାନ୍ତଙ୍କ ବିରୋଧରେ ୧୧୭/୨୪ରେ ମାମଲା ରୁଜୁ କରିଛି ପୋଲିସ । ତାଙ୍କ ବିରୋଧରେ ଆଇପିସି ଧାରା ୪୫୨, ୪୪୮, ୨୯୪, ୩୫୪, ୩୨୩, ୩୩୨, ୪୨୭, ୧୭୧(ସି), ୫୦୬(ଆଇ), ୩୫୪, ୩୪ ସହ ୩ ପିଡି ପିପି ଆକ୍ଟ ଲାଗିଛି । ନିକଟରେ ସାଂସଦ ଅପରାଜିତା ଷଡଙ୍ଗୀ ଏକ ସିସିଟିଭି ଫୁଟେଜ ଜାରି କରିଥିଲେ   । ଯେଉଁଥିରେ ଜଗଦ୍ଦେବ ଇଭିଏମ୍ ଭାଙ୍ଗିନଥିବା ସେ ଦାବି କରିଛନ୍ତି । ପୋଲିସ ଷଡଯନ୍ତ୍ର କରି ଗିରଫ କରିଛି ବୋଲି ବିଜେପି ଦାବି କରିଛି ।