ଖୋର୍ଦ୍ଧା ସହର ଭିତରେ ପୁଣି ପଶିଲା ଦନ୍ତାହାତୀ : ବନବିଭାଗ ସହାୟତାରେ ଛଡାଗଲା ଜଙ୍ଗଲ

ବରୁଣେଇ ପାହାଡ ନିକଟ ଜଙ୍ଗଲରୁ ଚାଲିଆସିଥିବା ଅନୁମାନ

37

କନକ ବ୍ୟୁରୋ : ସହର ଭିତରେ ପଶିଲା ଦନ୍ତା ହାତୀ । ଗତକାଲି ରାତିରେ ଖୋର୍ଦ୍ଧା ସହର ଭିତରେ ଏକ ବଣୁଆ ହାତୀ ପଶି ଆସିଥିବା ବେଳେ ଲୋକେ ଟର୍ଚ୍ଚ ଲାଇଟ ଧରି ହାତୀକୁ ଘଉଡ଼େଇଥିଲେ । ସହର ଭିତରେ ହାତୀଙ୍କ ଉପଦ୍ରବ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଏମିତି ବାରମ୍ବାର ଖୋର୍ଦ୍ଧା ସହର ଭିତରକୁ ହାତୀ ପଶିଆସିଥିବା ଦେଖିବାକୁ ମିଳୁଛି । ଖୋର୍ଦ୍ଧା ମକୁନ୍ଦପ୍ରସାଦ ଅଂଚଳରେ ଦନ୍ତା ହାତୀ ପଶିଆସିଥିବା ବେଳେ ଲୋକେ ବନବିଭାଗକୁ ସୁଚନା ଦେଇଥିଲେ । ବନବିଭାଗ ପହଂଚି ହାତୀଟିକୁ ଘଉଡ଼େଇଛନ୍ତି । ବରୁଣେଇ ପାହାଡ଼ ନିକଟ ଜଙ୍ଗଲରୁ ହାତୀଟି ଆସୁଥିବା ନେଇ ସୁଚନା ମିଳିଛି ।