ଶ୍ୱଶୁର ଘର ଉପରକୁ ଜ୍ୱାଇଁର ଗୁଳିମାଡ : ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍କ ଦେୱାନ ସାହିର ଘଟଣା 

ଶ୍ୱଶୁର ଘରକୁ ୨ ରାଉଣ୍ଡ ଗୁଳି କରି ଜ୍ୱାଇଁ ଫେରାର, ଥାନାରେ ଏତଲା

118

କନକ ବ୍ୟୁରୋ : ଶ୍ୱଶୁରଙ୍କ ଘର ଉପରକୁ ଗୁଳିମାଡ । ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଦେବାନ ସାହିରେ । ଗୁରୁଜଙ୍ଗର ହରି ବେହେରାଙ୍କ ଘର ଉପରକୁ ତାଙ୍କର ଜ୍ୱାଇଁ ଦୁଇ ରାଉଣ୍ଡ ଗୁଳି ଚଲାଇ ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଗୁଳି ଦୁଇଟି ଘରର କାନ୍ଥରେ ବାଜିଛି । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ସହ ଅନ୍ୟ କେତେଜଣଙ୍କୁ ପୋଲିସ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି ।