କନକ ବ୍ୟୁରୋ : ସମସ୍ୟା ଭିତରେ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ । ଅସୁବିଧା ଭୋଗୁଛନ୍ତି ଯାତ୍ରୀମାନେ । ୧୯୯୪ରେ ଉଦଘାଟନ ହୋଇଥିଲା ଏହି ବସଷ୍ଟାଣ୍ଡ । ପ୍ରତିଦିନ ଏହି ସ୍ଥାନରେ ଭିଡ ବି ଲାଗୁଥାଏ । ହେଲେ ବସ ଷ୍ଟାଣ୍ଡର ଛାତ ପାଇଁ ମୂଳଦୁଆ ପଡିଥିଲେ ବି ଏଯାଏ ପିଲାର ଗୁଡିକ ସେମିତି ପଡି ରହିଛି । ଉପର ମହଲା ପାଇଁ କରାଯାଉଥିବା କାମ ବି ଅଧାପନ୍ତରିଆ ହୋଇପଡିଛି । ବିପଦସଙ୍କୁଳ ଅବସ୍ଥାରେ ବିଶ୍ରାମଗାର ରହିଛି । ଯତ୍ନ ଅଭାବରୁ ଲୁହାରେ କଳଙ୍କି ଲାଗିଗଲାଣି । ଯାତ୍ରୀଙ୍କ ପାଇଁ କୌଣସି ସୁବିଧା ନଥିବା ବେଳେ ଅଧା ଗଢା ବାରଣ୍ଡାରେ ବସୁଛନ୍ତି ଯାତ୍ରୀ ମାନେ ।
ଖାଲି ସେତିକି ନୁହେଁ ବସଷ୍ଟାଣ୍ଡ ପରିସର ନିୟମିତ ସଫା କରାଯାଉନି । ଯାହାପାଇଁ ସେଠାରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ପାଖରେ ଥିବା ଶୋøଚାଳୟ ମଧ୍ୟ ଦୁଇ ବର୍ଷରୁ ଅଧିକ ଦିନ ହେଲା ବନ୍ଦ ହୋଇ ପଡି ରହିଛି । ସମସ୍ୟା ନେଇ ବହୁବାର ଜଣାଯାଇଛି । ହେଲେ ଏହି ସମସ୍ୟା ପ୍ରତି ଯେମିତି କାହାର ଗୁରୁତ୍ୱ ନାହିଁ ।
ବସଷ୍ଟାଣ୍ଡ ନିକଟରେ ଯାତ୍ରୀଙ୍କ ପାଇଁ ପିଇବାପାଣିର ମଧ୍ୟ ସୁବିଧା ନାହିଁ । ଯାହାପାଇଁ ଏହି ସ୍ଥାନକୁ ଘରୋଇ ବସ୍ ଗୁଡିକ ଆସିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଜନଗହଳି ଛକ ରାସ୍ତା ଯୋଗୁ ପ୍ରବଳ ଗହଳି ହୋଇ ଟ୍ରାଫି୍କ ସମସ୍ୟା ଉପୁଜିଛି । ରକ୍ଷଣାବେକ୍ଷଣ ଅଭାବ ସାଙ୍ଗକୁ ପରିଚାଳନା ଗତ ତ୍ରୁଟି ଯୋଗୁ ନୂଆ ବସ୍ଷ୍ଟାଣ୍ଡ ଅବସ୍ଥା ଶୋଚନୀୟ ହୋଇପଡିଛି । ସେହିଭଳି ଏହି ଅଞ୍ଚଳ ଅସାମଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଲାଣି । ନୂଆ ବସଷ୍ଟାଣ୍ଡ ପ୍ରତି ଗୁରୁତ୍ୱ ଦିଆଯାଇ ତାର ସମସ୍ତ ସମସ୍ୟା ଦୂର କରାଯାଇପାରିଲେ ତାହା ଯାତ୍ରୀଙ୍କ ଯାତାୟତ ପାଇଁ ସୁବିଧା ହୋଇପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/03/Screen-Shot-2024-03-24-at-5.53.01-PM.png)